29.1 C
Bhubaneswar
Saturday, September 21, 2024
Homeଓଡିଶାସଡକ ଦୁର୍ଘଟଣା : ଓଲିଉଡ ଅଭିନେତା ଓ ଅଭିନେତ୍ରୀ ଆହତ

ସଡକ ଦୁର୍ଘଟଣା : ଓଲିଉଡ ଅଭିନେତା ଓ ଅଭିନେତ୍ରୀ ଆହତ

କନ୍ଧମାଳ : କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ନିକଟ ଶ୍ରୀକଲା ଘାଟିରେ ଦେଖିବାକୁ ମିଳିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଘନ କୁହୁଡି ଯୋଗୁ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସିଲା କାର୍। ଦୁର୍ଘଟଣାରେ ଓଲିଉଡ ଅଭିନେତା ଅଭିଷେକ ଗିରି ଓ ବଙ୍ଗାଳୀ ଅଭିନେତ୍ରୀ ସାୟନ୍ ମୁଖାର୍ଜୀ ଆହତ ହୋଇଛନ୍ତି। ସେମାନଙ୍କୁ ଜି.ଉଦୟଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୁଟିଂ ପାଇଁ ଅଭିଷେକ ଗିରି ଓ ବଙ୍ଗାଳୀ ଅଭିନେତ୍ରୀ ସାୟନ୍ ମୁଖାର୍ଜୀ କିଛି ଦିନ ହେବ ଜି.ଉଦୟଗିରିରେ ରହି ଆସୁଛନ୍ତି। ଆଜି ସକାଳେ ଶ୍ରୀକଲା ଘାଟିକୁ ବୁଲାବୁଲି କରିବାକୁ ଆସିଥିଲେ। ଘନ କୁହୁଡି ଯୋଗୁ କାରଟି ରାସ୍ତା କଡକୁ ଖସି ଯାଇଥିଲା। ଚିକିତ୍ସା ପରେ ସେମାନେ ଘରକୁ ଫେରିଥିବା ଜଣାଯାଇଛି। ଦୁର୍ଘଟଣାରେ ଗାଡ଼ି ଡ୍ରାଇଭରର କିଛି ହୋଇନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking