25.8 C
Bhubaneswar
Saturday, July 27, 2024
Homeଦେଶ ବିଦେଶସଡ଼କ ଦୁର୍ଘଟଣା; ୯ ମୃତ, ୬ ଗୁରୁତର

ସଡ଼କ ଦୁର୍ଘଟଣା; ୯ ମୃତ, ୬ ଗୁରୁତର

ପାଟନା : ବିହାରର ଲଖିସରାଇ ଜିଲ୍ଲାରେ ଘଟିଥିବା ଏକ ଭୟାବହ ସଡ଼କ ଦୁର୍ଘଟଣାରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ଜଣ ଗୁରୁତର ଆହତ ହୋଇଛନ୍ତି । ରାମଗଡ଼ ଚୌକ୍ ଥାନା ଅଞ୍ଚଳର ଜୁଲୋନା ଗ୍ରାମ ପାଖ ଦେଇ ଯାଇଥିବା ୩୦ନମ୍ବର ଜାତୀୟ ରାଜପଥରେ ଏହି ସଡ଼କ ଦୁର୍ଘଟଣା ଘଟିଛି । ଏକ ଅଟୋରିକ୍ସାକୁ ପଛପଟୁ ଆସୁଥିବା ଏକ ଟ୍ରକ୍ ଜୋରଦାର ଧକ୍କା ଦେବା ଫଳରେ ଅଟୋରିକ୍ସାରେ ବସିଥିବା ୧୪ ଯାତ୍ରୀଙ୍କ ମଧ୍ୟରୁ ୮ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା ।

ତେବେ ଏହି ଘଟଣାରେ ଅଟୋ ଡ୍ରାଇଭରଜଣକ ମଧ୍ୟ ପ୍ରାଣ ହରାଇଛନ୍ତି । ତେବେ ଏଥିରେ ଅନ୍ୟ ୬ ଯାତ୍ରୀ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଉଦ୍ଧାର କରାଯାଇ ପାଟନା ମେଡିକାଲ କଲେଜ୍ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଘଟାଇବା ପରେ ଟ୍ରକ୍ ଡ୍ରାଇଭର ଘଟଣାସ୍ଥଳୁ ଫେରାର ହୋଇଯାଇଥିବା ବେଳେ ପୁଲିସ୍ ଟ୍ରକ୍‌ଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking