32.1 C
Bhubaneswar
Saturday, June 22, 2024
Homeଅପରାଧବକେୟା ଟଙ୍କା ପାଇଁ ବହିଲା ରକ୍ତର ନଦୀ, ୩ ମୃତ

ବକେୟା ଟଙ୍କା ପାଇଁ ବହିଲା ରକ୍ତର ନଦୀ, ୩ ମୃତ

ନୂଆଦିଲ୍ଲୀ: ବିହାରର ରାଜଧାନୀ ପାଟନା ନିକଟ ଫତୁଆରେ ବକେୟା କ୍ଷୀର ଟଙ୍କା ଦେଣନେଣକୁ ନେଇ ବହିଲା ରକ୍ତର ନଦୀ । ବକେୟା କ୍ଷୀର ଟଙ୍କାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଛି । ପରିସ୍ଥିତି ଏପରି ହୋଇଥିଲା ଯେ, ପରିଶେଷରେ ଏହି ଝଗଡା ଗୁଳିମାଡର ରୂପ ନେଇଥିଲା । ଏଥିରେ ଉଭୟ ପକ୍ଷରୁ ପରସ୍ପର ଉପରକୁ ଗୁଳିମାଡ କରାଯାଇଥିଲା । ଗୁଳିମାଡରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ଗୁରୁତର ଯୁବକଙ୍କୁ ପାଟନାରେ ଏନ୍‌ଏମ୍‌ସିଏଚ୍ ରେ ଭର୍ତ୍ତି କରାଯାଇଛି ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଗାଁରେ ବହୁପରିମାଣର ପୋଲିସ ନିୟୋଜିତ କରାଯାଇଛି । ଏହି ଘଟଣା ପରେ ଗାଁରେ ଆତଙ୍କ ଖେଳିଯାଇଛି । ଏହି ଘଟଣା ସମ୍ପର୍କରେ ଗ୍ରାମବାସୀ କହିଛନ୍ତି ଯେ, ମାତ୍ର ୪ଶହ ଟଙ୍କା ପାଇଁ ଏହି ଭୟଙ୍କର ଘଟଣା ଘଟିଛି । ଗାଁର କିଛି ଲୋକ ଉଭୟ ପକ୍ଷଙ୍କୁ ଏକାଠି କରି ଏହି ବିବାଦର ଅନ୍ତ ଘଟାଇବାକୁ ଯାଉଥିଲେ, କିନ୍ତୁ ଗୁରୁବାର ରାତିରେ ଏହି ମାମଲା ଏତେ ବଢିଯାଇଥିଲା ଯେ ତିନି ଜଣଙ୍କୁ ହତ୍ୟା କରାଯାଇଥିଲା । ପୋଲିସ ଏହି ଘଟଣାର ତଦନ୍ତ କରୁଛି । ଉଭୟ ପକ୍ଷର ଲୋକଙ୍କୁ ଡାକି ପଚରାଉଚୁରା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking