14.1 C
Bhubaneswar
Saturday, January 18, 2025
Homeଓଡିଶାଭୁବନେଶ୍ୱରପୁଣି ରାଜଧାନୀରେ ବଢିଲା କଟକଣା

ପୁଣି ରାଜଧାନୀରେ ବଢିଲା କଟକଣା

ଭୁବନେଶ୍ୱର : ସଂକ୍ରମଣ ବଢୁଥିବାରୁ କଟକଣା କଡାକଡି କଲା ବିଏମସି । ଭୁବନେଶ୍ୱର ମହାନଗରରେ କଡାକଡି ହେଲା କଟକଣା । ଠେଲା ଜଳଖିଆ, ଚା, ଲସି, ଗୁପଚୁପ ଦୋକାନୀଙ୍କୁ ଭିଡ କରିବା ମନା । ଦୋକାନ ଆଗରେ ଯେମିତି ଭିଡ ନ ହେବ ସେ ନେଇ ତାଗିଦ କଲା ବିଏମସି । ଦୋକାନୀ ଭିଡ ସମ୍ଭାଳି ନ ପାରିଲେ ଖାଦ୍ୟ ପାର୍ସଲ ଦେବାକୁ ପରାମର୍ଶ । କୈାଣସି ସପିଙ୍ଗ ମଲ୍‌, ଦୋକାନ ଭିଡ ନ କରିବାକୁ ମଧ୍ୟ କଡା ଦାଗିଦ୍ । ସାମାଜିକ ଦୂରତ୍ୱ , ମାସ୍କ ବ୍ୟବହାର ନିଶ୍ଚିତ କରିବେ ମଲ୍ କର୍ତ୍ତୁପକ୍ଷ । କୋଭିଡ କଟକଣା ନିଶ୍ଚିତ ପାଇଁ ସବୁ ମଲ ଜଣେ ସ୍ୱତନ୍ତ୍ର ଅଧିକାରୀ ରଖିବେ । କୋଭିଡ କଟକଣା ମାନିବାକୁ ସବୁ ସ୍ପା ଓ ସେଲୁନ କୁ କଡା ତାଗିଦ । ନିୟମ ଉଲଂଘନ କଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।ସେପଟେ ସଂକ୍ରମଣରେ ବ୍ରେକ୍ ଲଗାଇବାକୁ କିଛିଦିନ ପୂର୍ବେ ଭୁବନେଶ୍ୱରରେ ମାସ୍କ ବାଧ୍ୟତାମୂଳକ ହୋଇଥିଲେ ବି ଲୋକମାନେ ନିୟମ ମାନୁନଥିବା ଦେଖିବାକୁ ମିଳୁଛି । ଲୋକମାନେ ଏବେଠୁ ସଚେତନ ନ ହେଲେ ଓ ମାସ୍କ ନପିନ୍ଧିଲେ ଫାଇନ୍ କଟାଯିବ ବୋଲି ଭୁବନେଶ୍ୱର ମେୟର କଡ଼ା ଚେତାବନୀ ଦେଇଥିଲେ । ସେପଟେ ରାଜ୍ୟରେ ଉପରମୁହାଁ ହେଉଛି କରୋନା ଗ୍ରାଫ । ଟ୍ରେଣ୍ଡ ଅନୁଯାଇ ଲଗାତାର ୩ ଦିନ ରାଜ୍ୟରେ ହେବ ୫୦୦ରୁ ଅଧିକ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୭୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୩୩୭ ଜଣ କ୍ୱାରାଣ୍ଟିନରେ ରହିଥିବା ବେଳେ ୨୬୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ୧୮ରୁ କମ ବର୍ଷର ପିଲା ୬୯ ଜଣ ସଂକ୍ରମିତ ରହିଛନ୍ତି ।
ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୬୮ ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି ସୁନ୍ଦରଗଡରୁ ୬୩ , ସମ୍ବଲପୁରରୁ ୪୧ , ମୟୁରଭଞ୍ଜରୁ ୧୬, ବାଲେଶ୍ୱରରୁ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଗଜପତି ,କଳାହାଣ୍ଡି ଓ ନୟାଗଡରୁ ୫ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁର୧୫,ଝାରସୁଗୁଡା ୬, ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ତେବେ ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୪ ହଜାର ୦୭୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking