37.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶବ୍ରାଜିଲରେ ନୂଆ ରାଷ୍ଟ୍ରପତିଙ୍କୁ ବିରୋଧ କରି ହଙ୍ଗାମା

ବ୍ରାଜିଲରେ ନୂଆ ରାଷ୍ଟ୍ରପତିଙ୍କୁ ବିରୋଧ କରି ହଙ୍ଗାମା

ବ୍ରାଜିଲ : ବ୍ରାଜିଲର ପୂର୍ବ ରାଷ୍ଟ୍ରପତି ଜାୟର ବୋଲସୋନାରୋଙ୍କ ସମର୍ଥକଙ୍କ ସଂସଦରେ ହଙ୍ଗାମା । ସମର୍ଥକମାନେ ସଂସଦ ଭବନ ଏବଂ ମନ୍ତ୍ରଣାଳୟର ବିଲିଡିଂରେ ଧସେଇ ପଶିଥିଲେ । ସୋସିଆଲ ମିଡିଆରେ ଏବେ ଫଟୋ ଭାଇରଲ ହେବାରେ ଲାଗିଛି । ଭାଇରଲ ଭିଡିଓରେ ଦେଖିବାକୁ ମିଳିଛି, ସମର୍ଥକମାନେ ନୀଳ ଏବଂ ହଳଦିଆ ପତାକା ଧରି ହଜାର ହଜାର ଲୋକ ରାଜଧାନୀର ବ୍ରାସିଲିଆ ସ୍ଥିତ ସଂସଦରେ ଧସେଇ ପସିଥିଲେ । ଭିଡରେ ଥିବା ବହୁତ ଲୋକ ସଂସଦର ଅଧ୍ୟକ୍ଷଙ୍କ ଚେୟାର ଉପରେ ଚଢି ହଙ୍ଗାମା କରିଥିଲେ । ରାଷ୍ଟ୍ରପତି ଲୁଇଜ ଇନାସିୟୋ ଲୁଲା ଡି ସିଲଭା ଦାୟିତ୍ୱ ନେବା ପରେ ବିରୋଧ ତେଜୁଛି । ବୋଲସୋନାରୋଙ୍କ ସମର୍ଥକ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଆନ୍ଦୋଳନକାରୀ ପୋଲିସ ବ୍ୟାରିକେଡ ଭାଙ୍ଗି କଂଗ୍ରେସ ଭବନ, ରାଷ୍ଟ୍ରପତି ଭବନ ଓ ସୁପ୍ରିମକୋର୍ଟରେ ପ୍ରବେଶ କରିଥିଲେ। ହଳଦିଆ ଓ ନୀଳ ପତାକା ଧରି ହଜାରରୁ ଅଧିକ ପ୍ରଦର୍ଶନକାରୀ କଂଗ୍ରେସ ବିଲ୍ଡିଂରେ ପ୍ରବେଶ କରି ହଙ୍ଗାମା କରିଛନ୍ତି । ବ୍ୟାପକ ଭଙ୍ଗାରୁଜା ବି କରିଛନ୍ତି ଆନ୍ଦୋଳନକାରୀ । ପ୍ରଦର୍ଶନ ସମୟର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ସଂସଦ ଭବନରେ ପଶି ସ୍ପିକରଙ୍କ ଚେୟାର ଉପରେ ଚଢିଲେ ଆନ୍ଦୋଳନକାରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking