28.9 C
Bhubaneswar
Tuesday, May 13, 2025
Homeଓଡିଶାସିନେମା ହଲରେ ଗଣ୍ଡଗୋଳ: ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ପୁଅ ଗିରଫ

ସିନେମା ହଲରେ ଗଣ୍ଡଗୋଳ: ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ପୁଅ ଗିରଫ

ବଲାଙ୍ଗିର: ସିନେମା ହଲରେ ଗଣ୍ଡଗୋଳ କରି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଅମିତ ସିଂ ସାଲୁଜା ଗିରଫ ହୋଇଥିବା ଖବର ସାମ୍ନାକୁ ଆସିଛି । କଂଟାବାଞ୍ଜିର ଆଲିସାନ ସିନେମା ହଲ ଭିତରେ କୌଣସି ଏକ କାରଣକୁ ନେଇ ଗଣ୍ଡଗୋଳ ସମୟରେ ବିଧାୟକଙ୍କ ପୁଅର ଉପସ୍ଥିତ ଥିବା ଦେଖିବାକୁ ମିଳିଛି । ବୁଧବାର ସଂଧ୍ୟାରେ ଅନ୍ୟ ଏକ ଘଟଣାର ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂ ସାଲୁଜା କଣ୍ଟାବାଞ୍ଜିର ଆଲିସାନ ସିନେମା ହଲ ଭିତରେ କୌଣସି ଏକ କାରଣକୁ ନେଇ ଗଣ୍ଡଗୋଳ ସମୟରେ ନିଜେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି। ଏପରିକି ପୁଲିସ ସହିତ ଉଚ୍ଚବାଚ ହେଉଥିବା ଭିଡିଓରେ ସ୍ପଷ୍ଟ ଜଣାପଡୁଛି। ପୋଲିସ ସହିତ ଗଣ୍ଡଗୋଳ କରୁଥିବାର କିଛି ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି ।

ଦୁଇ ତିନିଦିନ ଆଗରୁ ଆଲିସାନ ହୋଟେଲରେ ଅମିତ ଓରଫ ସେଜି କୌଣସି କାରଣକୁ ନେଇ ଉଚ୍ଚବାଚ ହୋଇଥିଲା । ଯାହାର ପରିଣାମ ବୁଧବାର ସଂଧ୍ୟାରେ ଆଲିସାନ ସିନେମା ହଲ ଭିତରେ ମାଲିକଙ୍କ ପୁଅଙ୍କୁ ଆକ୍ରମଣ ହୋଇଥିବା ଜଣାପଡିଛି । ପରେ ଘଟଣାସ୍ଥଳରେ ପୋଲିସ ପହଂଚିଥିଲା ବୋଲି ଜଣାପଡ଼ିଛି । ଏ ନେଇ ବିଧାୟକ କିମ୍ବା ତାଙ୍କ ପୁଅ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

କିଛିଦିନ ପୂର୍ବରୁ ଜିଲ୍ଲାରେ ଫଣ୍ଡ କାଟିବାକୁ ନେଇ ଜିଲ୍ଲାପାଳ ଓ ବିଧାୟକ ସାଲୁଜାଙ୍କ ଯୁକ୍ତିତର୍କ ସାମ୍ନାକୁ ଆସିଥିଲା । ପରେ ଜିଲ୍ଲାପାଳଙ୍କ ସମର୍ଥନରେ ଜିଲ୍ଲାର ଅନ୍ୟ ପ୍ରଶାସନିକ ଅଧିକାରୀ କଳାବ୍ୟାଚ ପିନ୍ଧି ପ୍ରତିବାଦ କରିଥିଲେ । ଏହି ଘଟଣାରେ ପୁଲିସ ଆଇପିସି ଧାରା ୩୮୪, ୫୦୬, ୩୫୩ ଓ ଆର୍ମ ଆକ୍ଟରେ ମାମଲା ରୁଜୁ କରି ସେଜି ସିଂହ ସାଲୁଜାଙ୍କୁ ଗିରଫ କରିଛି। କିନ୍ତୁ ଉଭୟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ହେଲେ ବାପ ପରେ ପୁଅର ଭିଡିଓ ଭାଇରାଲକୁ ନେଇ ଚର୍ଚ୍ଚା ଜୋର ଧରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking