22.1 C
Bhubaneswar
Wednesday, January 29, 2025
Homeରଥଯାତ୍ରା-୨୦୨୩ବିଦେଶରେ ରଥଯାତ୍ରା: ସାରା ଜଗତରେ ପ୍ରକମ୍ପିତ ହୁଏ ‘ଜୟ ଜଗନ୍ନାଥ’ ଧ୍ୱନୀ

ବିଦେଶରେ ରଥଯାତ୍ରା: ସାରା ଜଗତରେ ପ୍ରକମ୍ପିତ ହୁଏ ‘ଜୟ ଜଗନ୍ନାଥ’ ଧ୍ୱନୀ

ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କେବଳ ଯେ ପୁରୀରେ ପ୍ରସିଦ୍ଧି ଲାଭ କରି ପାରିଛି ତାହାନୁହେଁ, ବରଂ ବିଶ୍ୱାସ ଓ ଭକ୍ତିଭାବନାର ଦେବତା ତଥା ସାରା ଜଗତର ନାଥ ସ୍ୱୟଂ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଦେଶ ବିଦେଶରେ ମଧ୍ୟ ମହାସମାରୋହରେ ଅନୁଷ୍ଠିତ ହେବାରେ ଲାଗିଛି । ବିଦେଶରେ ଶ୍ରୀଜଗନ୍ନାଥଙ୍କ ରଥକୁ ଟାଣି ଟାଣି ନେବାବେଳେ ବିଦେଶୀ ଭକ୍ତଙ୍କ ମୁହଁରୁ ଶୁଭୁଥାଏ ଜୟ ଜଗନ୍ନାଥ…ଜୟ ଜଗନ୍ନାଥ…ଧ୍ୱନୀ…
ପୁରୀ ଶ୍ରୀକ୍ଷେତ୍ରର ଲୀଳାମୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଶ୍ରୀଗୁଣ୍ଡିଚା ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଥାଏ । ପ୍ରତ୍ୟେକ ବର୍ଷ ଆଷାଢ ମାସ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥି ପୁଷ୍ୟା ନକ୍ଷତ୍ରରେ ଏହି ପବିତ୍ର ଘୋଷଯାତ୍ରା ବା ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହୋଇଥାଏ ।ବର୍ଷସାରା ଶ୍ରୀକ୍ଷେତ୍ରର ଶ୍ରୀମନ୍ଦିରର ରତ୍ନସିଂହାସନରେ ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କର ବଡ଼ଭାଇ ଶ୍ରୀବଳଭଦ୍ର, ସାନ ଭଉଣୀ ଦେବୀ ସୁଭଦ୍ରା ତଥା ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ସହିତ ବିରାଜମାନ କରୁଛନ୍ତି । ପ୍ରତିବର୍ଷ ପରି ମହାପ୍ରଭୁ ଭାଇ-ଭଉଣୀଙ୍କୁ ସାଥିରେ ନେଇ ବୁଲି ବାହାରନ୍ତି ମାଉସୀ ଘରକୁ । ମହାପ୍ରଭୁଙ୍କର ଏହି ରଥଯାତ୍ରାରେ ଭକ୍ତମାନଙ୍କର ଅନେକ ଅଲୌକିକ ତଥା ଆଧ୍ୟାତ୍ମିକ ଅନୁଭୂତି ଲାଭ ହୋଇଥାଏ । ଏବେ ସମଗ୍ର ବିଶ୍ୱରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ମହା ଆଡ଼ମ୍ବର ସହକାରେ ପାଳିତ ହେବାର ଦୃଷ୍ଟିଗୋଚର ହେଉଛି ।
ସମଗ୍ର ବିଶ୍ୱର ୨୦୦ଟି ବିଦେଶୀ ସହରରେ ରଥଯାତ୍ରା
ପୁରୀଧାମର ଘୋଷଯାତ୍ରା ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଲାଭ କରିପାରିଛି ଏବଂ ରଥଯାତ୍ରା ପରି ମହାନ ଉତ୍ସବକୁ ସମଗ୍ର ବିଶ୍ୱବାସୀ ପାଳନ କରିବା ହିଁ ଶ୍ରୀଜଗନ୍ନାଥ ଯେ, ସମଗ୍ର ବିଶ୍ୱ ବା ଜଗତର ନାଥ ବା ଠାକୁର ଏହା ପ୍ରମାଣିତ ହୋଇଥାଏ ।
୧୯୬୮ ମସିହା ପରଠାରୁ ଇସ୍କନ୍ ସଂସ୍ଥାର ପ୍ରତିଷ୍ଠାତା ଶ୍ରୀଲ ପ୍ରଭୁପାଦ ଗୋସ୍ୱାମୀଙ୍କ ପ୍ରଚେଷ୍ଟାରେ ଆମେରିକା ସମେତ ବିଶ୍ୱର ପ୍ରାୟ ମହାଦେଶରେ ଶ୍ରୀକୃଷ୍ଣ ମନ୍ଦିର ପ୍ରତିଷ୍ଠା ହୋଇ ରଥଯାତ୍ରା ପାଳିତ ହୋଇଆସୁଛି ।
ପୁରୀ ଓ ଭାରତକୁ ଛାଡ଼ି ବିଶ୍ୱର ୧୦୮ଟି ପ୍ରମୁଖ ସହରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେଉଅଛି । ଏହି ୨୦୦ ଟି ପ୍ରମୁଖ ସହରମାନଙ୍କ ମଧ୍ୟରୁ କେତେକ ସହର ଗୁଡ଼ିକ ହେଲା – ସାନ୍ ଫ୍ରାନ୍ସିସ୍କୋ, ଲସ୍ଆଞ୍ଜେଲ୍ସ୍, ନ୍ୟୁୟର୍କ୍, ଚିକାଗୋ, ମଣ୍ଟ୍ରିଲ୍, ଟରୋଣ୍ଟୋ, ଭାଙ୍କୋଭର୍, ଲଣ୍ଡନ୍, ଡ଼ବଲିନ୍, ବେଲଫାଷ୍ଟ୍, ମାଞ୍ଚେଷ୍ଟର୍, ବ୍ରିମିଙ୍ଗହାମ୍, ପ୍ୟାରିସ୍, ମାଦ୍ରିଦ୍, ଷ୍ଟକହୋମ୍, କୋପେନହାଗେନ, ଆମଷ୍ଟର୍ଡ଼ାମ, ରୋମ୍, ଜୁରିଚ୍, ବର୍ଲିନ୍, ବୁଦାପେଷ୍ଟ୍, ସେହିପରି ଅଷ୍ଟ୍ରେଲିଆର ମେଲବୋର୍ଣ୍ଣ, ପର୍ଥ୍ ଓ ସିଡ୍ନୀ, ଅକଲ୍ୟାଣ୍ଡ, ମସ୍କୋ, ନାଇରୋବି, ମେକ୍ସିକୋ, ସାଣ୍ଟିଆଗୋ, କୁଆଲାଲୁମ୍ପୁର୍, ସିଙ୍ଗାପୁର, ବ୍ୟାଙ୍କକ୍ ଓ ଢାକା ପରି ପ୍ରସିଦ୍ଧ ସହର ମାନଙ୍କରେ ରଥଯାତ୍ରା ଅନୁଷ୍ଠିତ ହୋଇ ଆସୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking