18.1 C
Bhubaneswar
Friday, December 27, 2024
Homeଓଡିଶାଖୋଲା ବଜାରରେ ହୁ ହୁ ହୋଇ ବଢ଼ୁଛି ଚାଉଳ ଦର

ଖୋଲା ବଜାରରେ ହୁ ହୁ ହୋଇ ବଢ଼ୁଛି ଚାଉଳ ଦର

ଭୁବନେଶ୍ୱର: ଖୋଲା ବଜାରରେ ଚାଉଳ ସଂକଟ ଦେଖାଦେଇଛି । ଆବଶ୍ୟକତା ତୁଳନାରେ ଚାଉଳ ମିଳୁନାହିଁ । ବାର୍ଷିକ ୫୦ ଲକ୍ଷ ଟନ୍ ଚାଉଳ ଆବଶ୍ୟକ ପଡ଼ୁଥିବାବେଳେ ଆସୁଛି କମ୍ । ଏଫ୍‌ସିଆଇ ବି ବଜାରକୁ ଧାର୍ଯ୍ୟ ଚାଉଳ ଛାଡ଼ୁ ନଥିବା ଅଭିଯୋଗ ହେଉଛି । ଆଗାମୀ ଦିନରେ ସ୍ଥିତି ଆହୁରି ଭୟଙ୍କର ହେବ । ଅନ୍ୟପକ୍ଷରେ ଉତ୍ତର ଓ ପଶ୍ଚିମ ଭାରତରେ ବନ୍ୟା ବିତ୍ପାତ ଯୋଗୁ ଗହମ ଉତ୍ପାଦନ କରୁଥିବା ରାଜ୍ୟଗୁଡ଼ିକରେ ଗହମ ଚାଷ ପ୍ରଭାବିତ ହୋଇଛି । ଉତ୍ପାଦନ ଯଥେଷ୍ଟ କମିଛି । ଆବଶ୍ୟକ ଗହମ ମହଜୁଦ ନଥିବାରୁ ଅଟା, ସୂଜି ଓ ମଇଦା ଦର ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି । କର୍ପୋରେଟ୍ ସଂସ୍ଥାମାନେ ଦର ବୃଦ୍ଧି କରିବାକୁ କୃତ୍ରିମ ଅଭାବ ବି ସୃଷ୍ଟି କରୁଛନ୍ତି । ଫଳରେ ଖାଉଟି ଚିନ୍ତାରେ ପଡ଼ିଥିବାବେଳେ ଆଶଙ୍କାରେ ରହିଛନ୍ତି ବ୍ୟୟସାୟୀ ।

ମିଳିଥିବା ତଥ୍ୟାନୁସାରେ ୨୦୦୦ରେ ଓଡ଼ିଶାରେ ବାର୍ଷିକ ୪୬.୧୪ ଲକ୍ଷ ଟନ୍ ଚାଉଳ ଉତ୍ପାଦନ ହେଉଥିଲା । ୨୦୨୨ରେ ଅଢ଼େଇ ଗୁଣ ବୃଦ୍ଧି ପାଇ ୧୧୫ ଲକ୍ଷ ଟନ ହେଲା । ୨୦୨୩ ଖରିଫ୍ ବର୍ଷରେ ଓଡ଼ିଶାରେ ୧୨୭ ଲକ୍ଷ ଟନ୍ ଚାଉଳ ଉତ୍ପାଦନ ହୋଇଛି । ଏହା ସତ୍ତ୍ୱେ ଚାଉଳ ସଂକଟ ଦେଖାଦେଇଛି । କେନ୍ଦ୍ର ସରକାର ଓ ଏଫ୍‌ସିଆଇର ଲୁଚକାଳି ଖେଳ ଯୋଗୁଁ ଏଭଳି ସମସ୍ୟା ଦ୍ୱିଗୁଣିତ ହୋଇଛି । ଫଳରେ ଓଡ଼ିଶା ବଜାରରେ ଚାଉଳର ଅଭାବ ଦେଖାଦେଇଛି । ଉଭୟ ଉଷୁନା ଓ ଅରୁଆ ଚାଉଳ ଦାମ ବଢ଼ିଚାଲିଛି । କ୍ୱିଣ୍ଟାଲ ପିଛା ଚାଉଳ ଦର ୭ ଶହରୁ ଅଧିକ ଟଙ୍କା ଯାଏ ବୃଦ୍ଧି ପାଇଛି । ଭିନ୍ନ ଭିନ୍ନ ଚାଉଳ କିଲୋ ପ୍ରତି ପ୍ରାୟ ୬ ଟଙ୍କାରୁ ୧୦ ଟଙ୍କା ବଢ଼ିିଛି । କିଛି ଭଲ ଚାଉଳ କିଲୋ ପ୍ରତି ୫୦ରୁ ୬୦ ଟଙ୍କା ଭିତରେ ରହଥିଲାବେଳେ ଅନ୍ୟ ଚାଉଳ କେଜି ପ୍ରତି ୩୫ ଟଙ୍କାରୁ ୪୮ ଟଙ୍କା ଭିତରେ ରହିଛି ।

ଦୁଇ ମାସରୁ ଅଧିକ ସମୟ ହେଲା କମନ୍ ଗ୍ରେଡ୍ ଚାଉଳ କ୍ୱିଣ୍ଟାଲ ପ୍ରତି ୩୩୦୦ ଟଙ୍କାରେ ବିକ୍ରି ହେଉଛି । ପ୍ରତିଦିନ ଆବଶ୍ୟକ ଚାଉଳ କିଣିବା ମଧ୍ୟମ ଓ ନିମ୍ନ ମଧ୍ୟମ ବର୍ଗ ଲୋକଙ୍କ ପକ୍ଷରେ କଷ୍ଟସାଧ୍ୟ ହୋଇଛି । ଏହାର ମୂଳ କାରଣ ହେଉଛି, ଗତ ୨ ମାସ ଧରି ବେନିୟନ୍ତ୍ରିତ ଭାବେ କେନ୍ଦ୍ର ଚାଉଳ ରପ୍ତାନୀ କରିବା ଯୋଗୁ ଚାଉଳ ଦର ବଢ଼ିଯାଇଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ଏବେ ରପ୍ତାନୀ ବନ୍ଦ୍ ହୋଇଥିଲେ ହେଁ ପୂର୍ଣ୍ଣମାତ୍ରାରେ ହୋଇନାହିଁ । ସେଥିପାଇଁ ଚାଉଳ ସଂକଟ ଦେଖାଦେଇଛି । ଅନ୍ୟପକ୍ଷରେ ଗହମ ଖାଉଟିଙ୍କୁ କନ୍ଦାଇବା ଆରମ୍ଭ କରିଛି । ଋଷ-ୟୁକ୍ରେନ୍ ଯୁଦ୍ଧର ପ୍ରଭାବ ଗହମ ଆମଦାନୀ ଉପରେ ପଡ଼ିଛି । ସେଥିପାଇଁ ଆମଦ।।ନୀ କମିଛି । ଆବଶ୍ୟକତା ତୁଳନାରେ ବଜାରରେ ଗହମନାହିଁ । ବଜାର ଚାହିଦାନୁସାରେ ଗହମ ଆମଦାନୀ ନ ହେବାରୁ ଏଥିରୁ ପ୍ରସ୍ତୁତ ସମାଗ୍ରୀ ଆଦିର ଦର ଅହେତୁକ ଭାବେ ବୃଦ୍ଧି ହେବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking