38.1 C
Bhubaneswar
Friday, May 3, 2024
Homeଦେଶ ବିଦେଶମା’ ପେଟରେ ଛୁଆର ମୁଣ୍ଡ କାଟିଦେଲେ ଡାକ୍ତରଖାନା କର୍ମଚାରୀ

ମା’ ପେଟରେ ଛୁଆର ମୁଣ୍ଡ କାଟିଦେଲେ ଡାକ୍ତରଖାନା କର୍ମଚାରୀ

ଇସ୍‌ଲାମ୍‌ବାଦ୍ : ପାକିସ୍ତାନର ସିନ୍ଧ ପ୍ରଦେଶର ଏକ ଗ୍ରାମୀଣ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନେ ଏକ ନବଜାତ ଶିଶୁର ମୁଣ୍ଡକାଟି ମା’ ଗର୍ଭରେ ଛାଡିଦେଇଛନ୍ତି । ୩୨ ବର୍ଷୀୟ ହିନ୍ଦୁ ମହିଳାଙ୍କ ଜୀବନ ଏବେ ବିପଦରେ । ଥାପରକର ଜିଲ୍ଲାର ଦୂରଦୂରାନ୍ତ ଗାଁରୁ ଆସିଥିବା ମହିଳା ଜଣକ ଗର୍ଭଯନ୍ତ୍ରଣାକୁ ଯୋଗୁଁ ଗ୍ରାମୀଣ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ଏଠାରେ କୌଣସି ପ୍ରସୂତି ଡାକ୍ତର ନ ଥାଇ ସୁଦ୍ଧା ଅନଭିଜ୍ଞ କର୍ମଚାରୀମାନେ ମହିଳାଙ୍କର ଅସ୍ତ୍ରୋପଚାର କରିଥିଲେ । ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନେ ଗର୍ଭବତୀ ମହିଳାଙ୍କ ପେଟରେ ଅପରେସନ କରିବା ସମୟରେ ନବଜାତକ ଶିଶୁର ମୁଣ୍ଡକୁ କାଟି ଦେଇ ପେଟ ଭିତରେ ଛାଡିଦେଇଥିବା ଖବର ମିଳିଛି ।

ଯାହା ପାଇଁ ମହିଳାଙ୍କ ଜୀବନକୁ ବିପଦରେ ପକାଇଥିଲା । ଏହାପରେ ମହିଳାଙ୍କୁ ତୁରନ୍ତ ମିଥିସ୍ଥିତି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ କୌଣସି ସୁବିଧା ନଥିବାରୁ ଶେଷରେ ତାଙ୍କୁ ଅନ୍ୟ ଏକ ହସପିଟାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ନବଜାତ ଶିଶୁର ଅବଶିଷ୍ଟ ଶରୀରକୁ ମାତୃଗର୍ଭରୁ ବାହାର କରିଛନ୍ତି । ଫଳରେ ମହିଳାଙ୍କ ଜୀବନ ବଞ୍ଚିଯାଇଛି । ଏଭଳି ଘଟଣାକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡ. ଜୁମାନ ବୋହାତ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଏକ କମିଟି ଗଠନ କରିଛନ୍ତି । ଯେଉଁଥିରେ କୁହାଯାଇଛି କି, କିଭଳି ପ୍ରସୂତି ଡାକ୍ତର ନଥାଇ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀ ଏପରି କାଣ୍ଡ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking