26.1 C
Bhubaneswar
Sunday, November 24, 2024
Homeଓଡିଶାପ୍ରବାସୀ ଶ୍ରମିକ ମାନଙ୍କୁ ନିଜ ଦେଶ ଓ ରାଜ୍ୟକୁ ଫେରାଇବା ସହିତ ସେମାନଙ୍କର ଆର୍ଥିକ ସହାୟତା...

ପ୍ରବାସୀ ଶ୍ରମିକ ମାନଙ୍କୁ ନିଜ ଦେଶ ଓ ରାଜ୍ୟକୁ ଫେରାଇବା ସହିତ ସେମାନଙ୍କର ଆର୍ଥିକ ସହାୟତା ଦେବା ପାଇଁ ଶ୍ରମିକ ୟୁନିଅନର ଦାବୀ: ଡକ୍ଟର ରାମଚନ୍ଦ୍ର ଖୁଂଟିଆ

ଭୁବନେଶ୍ୱର : ଆନ୍ତର୍ଜାତିକ ଜଙ୍ଗଲ ଓ ନିର୍ମାଣ କର୍ମଚାରୀ ମହାସଂଘ ସହିତ ସଂପର୍କିତ
ଦକ୍ଷିଣ ଏସିଆର ଭାରତ, ନେପାଳ, ବାଙ୍ଗାଲାଦେଶ, ଶ୍ରୀଲଙ୍କା ଓ ପାକିସ୍ତାନରେ କାର୍ଯ୍ୟ କରୁଥିବା ୫୪ ଟି
ଶ୍ରମିକ ୟୁନିଅନଗୁଡ଼ିକର ମିଳିତ ଆଲୋଚନା ଭିଡ଼ିଓ କନଫରେନ୍‌ସ ମାଧ୍ୟମରେ ଭାରତୀୟ ନିର୍ମାଣ ଜଙ୍ଗଲ
କର୍ମଚାରୀ ମହାସଂଘର ସଭାପତି, ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜାତୀୟ ଉପସଭାପତି, ଓଡ଼ିଶା ଶାଖାର
ସଭାପତି ତଥା ପୂର୍ବତନ ସାଂସଦ ଡକ୍ଟର ରାମଚନ୍ଦ୍ର ଖୁଂଟିଆଙ୍କର ପୌରାହିତରେ ଅନୁଷ୍ଠିତ ହୋଇଯାଇଅଛି ।
ଏହି ଭିଡ଼ିଓ ସମ୍ମିଳନୀରେ ଭାରତ, ପାକିସ୍ତାନ, ନେପାଳ, ବାଙ୍ଗେଲାଦେଶରେ କାର୍ଯ୍ୟକରୁଥିବା ୫୪ଟି
ୟୁନିଅନର ୨୦୦ ପ୍ରତିନିଧି ଆଲୋଚନାରେ ଭାଗ ନେଇଥିଲେ । ଏତଦ୍‌ବ୍ୟତିତ କୋୟତ୍‌, ଓମାନ, କତାର,
ଆବୁଦାବୀ, ଦୁବାଇ, ହଙ୍ଗକଙ୍ଗ, ମାଲେସିଆରେ କାମକରୁଥିବା ଭାରତୀୟ ପ୍ରବାସୀ ଶ୍ରମିକଙ୍କ ପ୍ରତିନିଧିମାନେ
ଆଲୋଚନାରେ ଭାଗ ନେଇଥିଲେ । ଏହି ସମ୍ମିଳନୀକୁ ଆନ୍ତର୍ଜାତିକ କର୍ମଚାରୀ ମହାସଂଘର ସାଧାରଣ ସଂପାଦକ
ଆମ୍ବେଦ ୟୁସେନ ଉଦ୍‌ଘାଟନ କରିଥିଲେ ଓ ଅଷ୍ଟ୍ରେଲିଆର ଡେପୁଟି ପ୍ରେସିଡେଂଟ ଡାଭେ ନାନୋ ସ୍ୱାଗତ
ଭାଷଣ ଦେଇଥିଲେ । ଏହି ବୈଠକରେ ଶ୍ରମିକ ଓ କର୍ମଚାରୀମାନେ ଭୟବିତ ନ ହୋଇ ପରିସ୍ଥିତିକୁ
ମୁକାବିଲା କରିବା ପାଇଁ ସାଧାରଣ ସଂପାଦକ ଆହ୍ୱାନ ଦେଇଥିଲାବେଳେ ‘ଅମ୍ଫାନ’ ସାମୁଦ୍ରିକ ବାତ୍ୟାରେ
ବାଙ୍ଗାଲାଦେଶ ଓ ଭାରତର ଓଡ଼ିଶା, ପଶ୍ଚିମ ବଙ୍ଗଲାରେ କ୍ଷତିଗ୍ରସ୍ତ ଓ ମୃତ୍ୟୁ ପରିବାରବର୍ଗକୁ ସମବେଦନା
ଜ୍ଞାପନ କରାଯାଇଥିଲା । ସେହିପରି ପ୍ରବାସୀ ଶ୍ରମିକମାନେ ଘରକୁ ଫେରିବା ରାସ୍ତାରେ ଦୁର୍ଘଟଣା ବା
ରୋଗରେ ମୃତ୍ୟୁ ଶ୍ରମିକମାନଙ୍କୁ କରୋନା ସହିତ୍ ଭାବେ ବିବେଚନା କରି, ଦକ୍ଷିଣ ଏସିଆ ସମସ୍ତ
ଜାତୀୟ ସରକାର ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଦାବୀ କରାଯାଇଛି ।
ସାରା ଦେଶରେ ଏହି ବିଶ୍ୱରେ କୋଭିନ-୧୯ ସଂକ୍ରମଣ ଚାଲିଥିଲାବେଳେ ଭାରତ ସରକାର
୪ଟି ଲେବର କୋର୍ଡ ଉଦ୍ୟମରେ ମଧ୍ୟ ପ୍ରଦେଶ, ଉତର ପ୍ରଦେଶ ଓ ଗୁଜୁରାଟ ସରକାର ସମସ୍ତ ଶ୍ରମ
ଆଇନରୁ ୧୦୦୦ ବିଲ୍‌କୁ ରଦ୍ଦ କରବା ଓଡ଼ିଶା ସମେତ କେତେକ ରାଜ୍ୟ ସରକାର ଦୈନିକ କାର୍ଯ୍ୟ
ନିଘଂଟକୁ ୮ – ୧୨ ଘଂଟା ବୃଦ୍ଧି କରିବା ନିଷ୍ପତିକୁ ନିନ୍ଦା କରିବା ସହିତ ଏହାକୁ ପ୍ରତ୍ୟାହାର କରିବା
ପାଇଁ ଦାବୀ କରାଯାଇଛି । ସେହିପରି ଦେଶ ବାହାରେ ଥିବା ସମସ୍ତ ଆନ୍ତର୍ଜାତିକ ପ୍ରବାସୀ ଶ୍ରମିକମାନଙ୍କୁ
ବିନା ଖର୍ଚ୍ଚରେ ତାଙ୍କ ନିଜ ଭିଟାମାଟିରୁ ଫେରାଇ ଆଣିବା ଏବଂ ସମସ୍ତଙ୍କୁ ମାର୍ଚ୍ଚ ମାସରୁ ସେପ୍ଟେମ୍ବର
ମାସ ପର୍ଯ୍ୟନ୍ତ ସେମାନେ ନିଜନିଜ କାର୍ଯ୍ୟରେ ନିଯୁକ୍ତ ନହେବା ପର୍ଯ୍ୟନ୍ତ ସରକାରଙ୍କ ତରଫରୁ ଆର୍ଥିକ
ସହାୟତା ଦେବା ପାଇଁ ଏବଂ ସମସ୍ତ ଶ୍ରମିକ କର୍ମଚାରୀମାନଙ୍କୁ ସାମାଜିକ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ସୁରକ୍ଷା
ସହିତ କାର୍ଯ୍ୟ ଯୋଗାଇ ଦେବା ପାଇଁ ଏହି ବୈଠକରେ ଦାବୀ କରାଯାଇଛି । ଏହି ଆଲୋଚନାରେ
ଆନ୍ତର୍ଜାତିକ ନିର୍ମାଣ କର୍ମଚାରୀ ମହାସଂଘର ଦକ୍ଷିଣ ଏସିଆ କାର୍ଯ୍ୟାଳୟରେ ଡକ୍ଟର ରାଜୀବ ଶର୍ମା,
ପ୍ରେରଣା ପ୍ରସାଦ ବୈଷୟିକ ଭାବେ ସହାୟତା କରିଥିଲେ ଏବଂ ୟୁନିଅନ ତରଫରୁ ରିପେନ୍ ଚୌଧୁରୀ,
ଭାରତର ପବନ କୁମାର, ଚନ୍ଦ୍ର ପ୍ରକାଶ ସିଂହ, କିଶୋର ଜେନା, ମଦନ ମୋହନ ଧଳ, ଯୋଗେନ୍ଦ୍ର
ତ୍ରିପାଠୀ, ଅକ୍ଷୟ ତ୍ରପାଠୀ ଏବଂ ଅମଜାଦ୍ ହୋସେନ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking