31.1 C
Bhubaneswar
Friday, March 29, 2024
HomeUncategorizedଲକ ଡାଉନର ଫାଇଦା ଉଠାଇ ବୋହି ନେଉଛନ୍ତି ଶହ ଶହ ଟ୍ରକ ମୋରମ, ଅଭିଯୋଗ ଶୁଣୁନି...

ଲକ ଡାଉନର ଫାଇଦା ଉଠାଇ ବୋହି ନେଉଛନ୍ତି ଶହ ଶହ ଟ୍ରକ ମୋରମ, ଅଭିଯୋଗ ଶୁଣୁନି ପ୍ରଶାସନ

ଭୁବନେଶ୍ୱର: ବର୍ତମାନ କୋଭିଡ ୧୯ ମହାମାରୀ ଦେଶରେ ବ୍ୟାପିଛି । ଯାହାଫଳରେ ଲୋକମାନଙ୍କର ଯାତାୟାତ କମିଯାଇଛି । ଆଉ ରାଜ୍ୟରେ ଏବେ ବି ଏକପ୍ରକାର ଲକ ଡାଉନ ଜାରି ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ଏହାର ବେଶ ଫାଇଦା ଉଠାଉଛନ୍ତି ଦୁବୃତ୍ତ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ପଦନପୁର ଗ୍ରାମ ନିକଟ ମଶାଣି ତଥା ତା ନିକଟରୁ ରାତାରାତି ଟ୍ରକ ଟ୍ରକ ମୋରମ ବୋହି ନେଇଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । ପ୍ରାୟ ୬ ମାସ ଧରି ଏହା ଚାଲିଛି । ତେବେ ତହସିଲ ଅଫିସ ଠାରୁ ମାତ୍ର ୧ କିମି ଦୂରରେ ଏହି କାରନାମା ହେଉଥିବାରୁ ତହସିଲଦାର କିପରି ଜାଣିପାରୁନାହାନ୍ତି ସେ ନେଇ ଏବେ ପ୍ରଶ୍ନ ଉଠିଛି । ଖାଲି ଏତିକି ନୁହେଁ, ମଶାଣି ଜାଗା ସହ ତା ନିକଟରେ ଥିବା ସରକାରୀ ଜାଗା ମଧ୍ୟ କ୍ଷତି ହେବାକୁ ଲାଗିଲାଣି ବୋଲି ପଦନପୁର ଗ୍ରାମ୍ୟ ବିକାଶ ସମିତି ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟକୁ ପତ୍ର ଲେଖାଯାଇଛି ।

ତେବେ ଏହାର ତଦନ୍ତ କରାଯାଇ ଏଥିରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଉକ୍ତ ଜାଗାଟିକୁ କିପରି ସଂପୂର୍ଣ୍ଣ ରୂପେ ପୋତାଯାଇ ତାକୁ ପୂର୍ବାବସ୍ଥାକୁ ଅଣାଯାଇପାରିବ ତାର ବ୍ୟବସ୍ଥା କରିବାକୁ ପତ୍ରରେ ଉଲ୍ଲେଖ କରାଯାଇଛି । ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନ ଶୁଣୁନଥିବା ସୂଚନା ମିଳିଛି  ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking