ଭୁବନେଶ୍ୱର: ବାରିପଦା ଅର୍ବାନ କୋଅପରେଟିଭ ବ୍ୟାଙ୍କ ଅନିୟମିତତା ମାମଲାରେ ଜମାକାରୀଙ୍କୁ ୮ ସପ୍ତାହ ଭିତରେ ଟଙ୍କା ଫେରସ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମାମଲାର ଶୁଣାଣି କରି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ୨୦୧୬ରେ ବ୍ୟାଙ୍କର ଲାଇସେନ୍ସ ରଦ୍ଦ କରିଥିଲା ରିଜର୍ଭ ବ୍ୟାଙ୍କ । ପୂର୍ବରୁ ଏହାକୁ ନେଇ ଅନେକ ଉତ୍ତେଜନା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଜମାକାରୀ ମାନେ ଟଙ୍କା ପାଇବାକୁ ଦାବି କରିଥିଲେ । ଶେଷରେ ହାଇ କୋର୍ଟ ଟଙ୍କା ଫେରସ୍ତ କରିବାକୁ ନିର୍ଦେଶ ଦେଇଛନ୍ତି । ମାମଲାର ଶୁଣାଣି କରି କୋର୍ଟ ଏହି ରାୟ ଦେଇଛନ୍ତି । ତେବେ ଅନିୟମିତତା ନେଇ ଅଭିଯୋଗ ହେବା ପରେ କୋର୍ଟ ଲାଇସେନ୍ସ ରଦ୍ଦ କରିଥିଲେ ।