ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବକିଶୋର ଦାସଙ୍କ ହତ୍ୟା ମାମଲା ଏବେ ରାଜ୍ୟରେ ସବୁଠୁ ବଡ ଚର୍ଚ୍ଚା ବିଷୟ ପାଲଟିଛି । ତେଣୁ ତଦନ୍ତ ପ୍ରକ୍ରିୟାକୁ ନେଇ ଏକ ବଡ ନିଷ୍ପତ୍ତି ନିଆଯାଇଛି । ଏଣିକି ଏହି ମାମଲାର ତଦାରଖ ଦାୟିତ୍ୱ ଅବସରପ୍ରାପ୍ତ ଜଷ୍ଟିସଙ୍କ କାନ୍ଧରେ ନ୍ୟସ୍ତ କରାଯାଇଛି । ହାଇକୋର୍ଟର ଅବସରପ୍ରାପ୍ତ ଜଷ୍ଟିସ ଜେ.ପି ଦାସ ନବଙ୍କ ହତ୍ୟା ମାମଲାର ତଦାରଖ କରିବେ ।
ଜଷ୍ଟିସଙ୍କ ତଦାରଖ ଏବଂ ତତ୍ତ୍ୱାବଧାନରେ ହତ୍ୟା ମାମଲାର ସମସ୍ତ ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ତେବେ ପୂର୍ବରୁ ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ଚିଠି ଲେଖି ହାଇକୋର୍ଟଙ୍କୁ ଅନୁରୋଧ କରାଯାଇଥିଲା । ନିରପେକ୍ଷ ତଦନ୍ତ ନେଇ ଜଣେ ବିଚାରପତିଙ୍କ ସହଯୋଗ ଲୋଡିଥିଲେ ରାଜ୍ୟ ସରକାର । ତେଣୁ ହାଇକୋର୍ଟ ଏହାକୁ ଗ୍ରହଣ କରିବା ସହ ଅବସରପ୍ରାପ୍ତ ଜଷ୍ଟିସ ଜେ.ପି ଦାସଙ୍କୁ ଏହି ଦାୟିତ୍ୱ ପ୍ରଦାନ କରିଛନ୍ତି ।