ଭୁବନେଶ୍ୱର : ଲକ୍ଡାଉନ୍ ୪.୦ରେ କେନ୍ଦ୍ର ସରକାର କେତେକ କୋହଳ ନୀତି ଅବଲମ୍ବନ କରିବାକୁ ଅନୁମତି ଦେଇଛନ୍ତି । ଏଣୁ ରାଜ୍ୟ ଭିତରେ ସମସ୍ତ ଦୁଇ ଚକିଆ ଓ ଚାରି ଚକିଆ ସରକାରୀ/ ଘରୋଇ ଓ ବ୍ୟବସାୟୀକ ଯାନ ଚଳାଚଳ କରିପାରିବ । ଏବେ ଯାରି ହୋଇଥିବା କଟକଣା ପ୍ରତ୍ୟାହୃତ ହୋଇଛି । ଏଣୁ ସାମାଜିକ ଦୂରତା ଅବଲମ୍ବନ କରି ଓ ଟ୍ରାଫିକ୍ ନିୟମକୁ ପାଳନ କରି ଯାନବାହନ ନିରାପଦରେ ଚଳାଇବା ପାଇଁ କଟକ – ଭୁବନେଶ୍ୱର ପୁଲିସ୍ କମିଶନର ଡ. ସୁଧାଂଶୁ ଷଢ଼ଙ୍ଗୀ ଟ୍ୱିଟ୍ କରି ଜଣାଇଛନ୍ତି । ପୂର୍ବ ପରି ରାତ୍ରୀକାଳୀନ କର୍ଫ୍ୟୁ ସନ୍ଧ୍ୟା ୭ରୁ ସକାଳ ୭ ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହା ଆସନ୍ତା ୩୧ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ।
ଶ୍ରୀ ଷଢ଼ଙ୍ଗୀ ତାଙ୍କ ଟ୍ୱିଟ୍ ରେ ଜଣାଇଛନ୍ତି ଯେ,ପାଦରେ ଚାଲି ଚାଲି ଆସୁଥିବା ପ୍ରବାସୀମାନଙ୍କୁ ସବୁ ପ୍ରକାର ବ୍ୟବସ୍ଥା ପୁଲିସ ପକ୍ଷରୁ ଯୋଗାଇ ଦିଆଯାଉଛି । ସେମାନଙ୍କୁ ନିରାଦରେ ପହଞ୍ଚାଇବାର ବ୍ୟବସ୍ଥା କରାଯାଉଛି । ପାଦରେ ଚାଲି ଚାଲି ଫେରୁଥିବା ୩୬୦ଜଣ ଶ୍ରମିକଙ୍କ ଯିବା ପାଇଁ ବସ୍ର ବ୍ୟବସ୍ଥା ପୁଲିସ ପକ୍ଷରୁ କରାଯାଇଛି । ଏଥିସହ ଯାତୀୟ ରାଜପଥରେ ଶ୍ରମିକଙ୍କୁ ନେଇ ଯାଉଥିବା ୫୪୮ଟି ବସକୁ ନିରାପଦରେ ଦୈତ ନଗରୀ ପାର୍ ହେବାର ବ୍ୟବସ୍ଥା ନେଇ ପୁଲିସ ପକ୍ଷରୁ କରାଯାଇଥିଲା । ଏନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।