28.1 C
Bhubaneswar
Friday, March 29, 2024
Homeଓଡିଶାଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ଟପିଲା, ମୃତ୍ୟୁ ସଂଖ୍ୟା ୩,୧୬୩ ବୃଦ୍ଧି

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ଟପିଲା, ମୃତ୍ୟୁ ସଂଖ୍ୟା ୩,୧୬୩ ବୃଦ୍ଧି

ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନା ତା’ର କାୟା ବିସ୍ତାର କରିବାରେ ଲାଗିଛି । ବର୍ତ୍ତମାନ ଦେଶର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୧ ହଜାର ୧୩୯ ଜଣ । ଚିକିତ୍ସାଧୀନ ଅଛନ୍ତି ୫୮,୮୦୨ । ଏଥିରୁ ସୁସ୍ଥ ହୋଇଛନ୍ତି ୩୯,୧୭୩ଜଣ । ମୃତ୍ୟୁ ବରଣ କରିଛନ୍ତି ୩,୧୬୩ ଜଣ । ମହାରାଷ୍ଟ୍ରରେ ସର୍ବାଧିକ ୩୫,୦୫୮ଜଣ ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ ୧,୨୪୯ ଜଣ ମୃତ୍ୟୁ ବରଣ କରିଛନ୍ତି । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି – ଆନ୍ଧ୍ରପ୍ରଦେଶରେ ୫୦ ଜଣ, ଆସାମରେ ୨ ଜଣ, ବିହାରରେ ୯ ଜଣ, ଚଣ୍ଡିଗଡ଼ରେ ୩ ଜଣ, ଦିଲ୍ଲୀରେ ୧୬୮ ଜଣ, ଗୁଜରାଟରେ ୬୯୪ ଜଣ, ହରିୟାଣାରେ ୧୪ ଜଣ, ହିମାଚଳ ପ୍ରଦେଶରେ ୩ ଜଣ, ଜମ୍ମୁ ଓ କଶ୍ମୀରରେ ୧୫ ଜଣ, ଝାଡ଼ଖଣ୍ଡରେ ୩ ଜଣ, କର୍ଣ୍ଣାଟକରେ ୩୭ ଜଣ, କେରଳରେ ୪ ଜଣ, ମଧ୍ୟପ୍ରଦେଶରେ ୨୫୨ ଜଣ, ମହାରାଷ୍ଟ୍ରରେ ୧,୨୪୯ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୪ ଜଣ, ପୁଦ୍ଦୁଚେରୀରେ ୧ଜଣ, ପଞ୍ଜାବରେ ୩୭ ଜଣ, ରାଜସ୍ଥାନରେ ୧୩୮ ଜଣ, ତାମିଲନାଡୁରେ ୮୧ ଜଣ, ତେଲେଙ୍ଗାନାରେ ୩୫ ଜଣ, ଉତ୍ତରାଖଣ୍ଡରେ ୧ ଜଣ, ଉତ୍ତରପ୍ରଦେଶରେ ୧୧୮ ଜଣ ଏବଂ ପଶ୍ଚିମବଙ୍ଗରେ ୨୪୪ ଜଣ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking