31.1 C
Bhubaneswar
Tuesday, April 23, 2024
Homeଓଡିଶାଆଜିଠୁ ସବୁ କର୍ମଚାରୀ ଅଫିସ୍ ଆସିବେ

ଆଜିଠୁ ସବୁ କର୍ମଚାରୀ ଅଫିସ୍ ଆସିବେ

ଭୁବନେଶ୍ୱର : ଲୋକସେବା ଭବନର ସମସ୍ତ କର୍ମଚାରୀ ଏବେ ନିୟମିତ କାର୍ଯ୍ୟାଳୟ ଆସିବେ । ସବୁ ବିଭାଗ ଓ ସହଯୋଗୀ କାର୍ଯ୍ୟାଳୟ ଗୁଡ଼ିକ ପୂର୍ଣ୍ଣ ଭାବରେ କାର୍ଯ୍ୟ କରିବେ । ଆଜି ଠାରୁ ସବୁ କର୍ମଚାରୀ ଅଫିସ୍ ଆସିବେ ଏବଂ ସାମାଜିକ ଦୂରତା ଅବଲମ୍ବନ କରି କାର୍ଯ୍ୟ କରିବେ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବଜ୍ଞପ୍ତି ଜାରି ହୋଇଛି ।
ଏହି ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ଯେଉଁ କର୍ମଚାରୀମାନଙ୍କର ସର୍ଦ୍ଦି କି ଜ୍ୱର ଥିବ ସେମାନେ ଅଫିସ୍ ଆସିବେ ନାହିଁ । କିନ୍ତୁ ଉପରିସ୍ଥ ଅଧିକାରୀଙ୍କୁ ଛୁଟି ଦରଖାସ୍ତ ଦେବାକୁ ହେବ । କଣ୍ଟେମେଣ୍ଟ ଜୋନ୍ ବା ସଂକ୍ରମିତ ଅଞ୍ଚଳରେ ରହୁଥିବା କର୍ମଚାରୀ କୌଣସି ପରିସ୍ଥିତିରେ ଅଫିସ୍ ଆସିବେ ନାହିଁ । କିନ୍ତୁ ଏ ନେଇ ସେ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବେ । ପ୍ରତ୍ୟେକ କାର୍ଯ୍ୟାଳୟର ନିୟନ୍ତ୍ରିତ ଅଧିକାରୀ ଯେପରି ସାମାଜିକ ଦୂରତା ଅବଲମ୍ବନ କରାଯାଇ କାର୍ଯ୍ୟ ସମ୍ପାଦନ ହେବ ତାହା ପରେ ଗୁରୁତ୍ୱ ଦେବେ । ଅଫିସ୍‌ର ପରିସର ଯଦି ଛୋଟ ଥିବ ଓ ସମସ୍ତ କର୍ମଚାରୀ ସାମାଜିକ ଦୂରତା ଅବଲମ୍ବନ କରି ବସିବା ସମ୍ଭବ ହେଉ ନଥିବ ତେବେ ସେ କ୍ଷେତ୍ରରେ ଅଧିକାରୀ ରୋଷ୍ଟର ବ୍ୟବସ୍ଥା ଅବଲମ୍ବନ କରିବେ । ସରକାରୀ କାର୍ଯ୍ୟ ଯେପରି କୌଣସି ପରିସ୍ଥିତିରେ ବାଧାପ୍ରାପ୍ତ ନ ହେଉ ସେଥିପ୍ରତି ଗୁରୁତ୍ୱ ଦେଇ ପଦକ୍ଷେପ ନେବେ । ଏହି ନିର୍ଦ୍ଦେଶ ଅନ୍ୟ ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସରକାରୀ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking