27.1 C
Bhubaneswar
Thursday, April 30, 2026
Homeଦେଶ ବିଦେଶଦିଲ୍ଲୀ ବିମାନ ବନ୍ଦରରେ କଟକଣା

ଦିଲ୍ଲୀ ବିମାନ ବନ୍ଦରରେ କଟକଣା

ନୂଆଦିଲ୍ଲୀ: ଆସନ୍ତା ୨୬ ଅର୍ଥାତ୍‌ ସାଧାରଣତନ୍ତ୍ର ଦିବସ ପର୍ଯ୍ୟନ୍ତ ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନବନ୍ଦରର ସମସ୍ତ ରନୱେକୁ ଦୈନିକ ୧୪୫ (୨ଘଣ୍ଟା ୨୫ ମିନିଟ) ମିନିଟ ପାଇଁ ବନ୍ଦ ରଖାଯିବ ବୋଲି ଜଣାପଡିଛି। ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏଭଳି କଟକଣା ସକାଳ ୧୦ଟା ୨୦ରୁ ମଧ୍ୟାହ୍ନ ୧୨ଟା ୪୫ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏଭଳି କଟକଣା ଲାଗୁ ହେବାଫଳରେ ୧୩୩୬ଟି ବିମାନର ଚଳାଚଳ ପ୍ରକ୍ରିୟା ବାଧାପ୍ରାପ୍ତ ହେବ ବୋଲି ଜଣାପଡିଛି। ଏଭଳି କଟକଣା ସମ୍ପର୍କରେ ନୋଟାମ୍‌ (ଏ ନୋଟିସ ଟୁ ଏୟାରମେନ୍‌) ପକ୍ଷରୁ ବିଭିନ୍ନ ଏୟାରଲାଇନ୍ସ ଓ ବିମାନଯାତ୍ରୀଙ୍କୁ ଅବଗତ କରାଯାଇଛି। ଗତ ୧୯ରୁ ଏହି କଟକଣା କାର୍ଯ୍ୟକାରୀ ହୋଇସାରିଛି। ଜାନୁଆରୀ ୧୯ରେ ୧୭୦ ଏବଂ ୨୦ରେ ୧୬୯ ବିମାନର ଚଳାଚଳ ବାଧାପ୍ରାପ୍ତ ହୋଇଥିବାବେଳେ ୨୧ରେ ୧୬୦ଟି ବିମାନର ଉଡାଣ ଓ ଅବତରଣ ପ୍ରକ୍ରିୟା ବାଧାପ୍ରାପ୍ତ ହେବ। ଅନ୍ୟ ୫ ଦିନରେ ଦୈନିକ ୧୬୩ରୁ ୧୭୧ ବିମାନ ପ୍ରଭାବିତ ହେବ ବୋଲି ଆକଳନ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking