29.1 C
Bhubaneswar
Monday, June 24, 2024
Homeଓଡିଶା୬୧ ଦିନ ପରେ ହଟିଲା କଟକଣା, ଆଜିଠୁ ମାଛଧରା ଆରମ୍ଭ

୬୧ ଦିନ ପରେ ହଟିଲା କଟକଣା, ଆଜିଠୁ ମାଛଧରା ଆରମ୍ଭ

ଭୁବନେଶ୍ୱର : ୬୧ ଦିନ ହେଲା ଲାଗୁ ହୋଇଥିବା କଟକଣା ହଟିଲା। ଆଜିଠୁ ଆରମ୍ଭ ହେଲା ମାଛଧରା । ସେଥିପାଇଁ ରାଜ୍ୟର ସାମୁଦ୍ରିକ ମତ୍ସ୍ୟଜୀବୀମାନେ ଆଜି ଗଭୀର ସମୁଦ୍ରକୁ ଯାତ୍ରା ଆରମ୍ଭ କରିଛନ୍ତି। ସରକାରଙ୍କ କଟକଣା ଯୋଗୁ ମତ୍ସ୍ୟଜୀବୀମାନେ ଦୀର୍ଘ ଦିନ ଧରି ସମୁଦ୍ରକୁ ଯାଇ ନ ପାରି ବସି ରହିଥିଲେ।

ମାତ୍ର କଟକଣା ହଟିବାରୁ ବେଶ୍‌ ଉତ୍ସାହର ସହ ଆଜି ସେମାନେ ସମୁଦ୍ର ଯାତ୍ରା ଆରମ୍ଭ କରିଛନ୍ତି। ଏଥିସହ ଟ୍ରଲରରେ ଆବଶ୍ୟକ ପରିମାଣର ଡିଜେଲ, ବରଫ, ପିଇବା ପାଣି, ରାସନ ସାମଗ୍ରୀ ପ୍ରଭୃତି ଲଦି ନେଉଛନ୍ତି । ଏପ୍ରିଲ ୧୫ ରୁ ଜୁନ ୧୪ ଯାଏ ମାଛ ନ ଧରିବାକୁ କଟକଣା ଲଗାଇଥିଲେ ସରକାର। ପ୍ରଜନନ ଋତୁରେ ମାଛବଂଶ ବୃଦ୍ଧି ଉଦ୍ଦେଶ୍ୟରେ ଓମ୍ଫ୍ରା ଆଇନ ବଳରେ ଏହି କଟକଣା ଲାଗୁ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking