27.1 C
Bhubaneswar
Friday, September 20, 2024
Homeଅପରାଧମହଙ୍ଗା ପଡିଲା ବିରିୟାନୀରେ ଏକ୍ସଟ୍ରା ଦହି ମାଗିବା, ଗ୍ରାହକଙ୍କୁ ହତ୍ୟା କରି ଗିରଫ ହେଲେ ରେସ୍ତୋରାଁ...

ମହଙ୍ଗା ପଡିଲା ବିରିୟାନୀରେ ଏକ୍ସଟ୍ରା ଦହି ମାଗିବା, ଗ୍ରାହକଙ୍କୁ ହତ୍ୟା କରି ଗିରଫ ହେଲେ ରେସ୍ତୋରାଁ କର୍ମଚାରୀ

ହାଇଦ୍ରାବାଦ : ମହଙ୍ଗା ପଡିଲା ବିରିୟାନୀରେ ଏକ୍ସଟ୍ରା ଦହି ମାଙ୍ଗିବା । ଦହି ତ ମିଳିଲାନି କିନ୍ତୁ ଚାଲିଗଲା ଜୀବନ । ରେସ୍ତୋରାଁରେ ଖାଇବା ସମୟରେ କର୍ମଚାରୀଙ୍କୁ ଦୁଇ ଥର ଦହି ମାଗିଥିଲେ ଗ୍ରାହକ । ସେହି କାରଣରୁ ଗ୍ରାହକଙ୍କୁ ପିଟି ପିଟି ମାରିଦେଲେ ରେସ୍ତୋରାଁ ମାଲିକ । ଏପରି ଘଟଣା ଦେଖିବାକୁ ମିଳିଛି ହାଇଦ୍ରାବାଦ ସ୍ଥିତ ପଞ୍ଜାଗୁଟ୍ଟାରେ । ଖବର ପାଇ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ଘଟଣାର ତଦନ୍ତ କରୁଛି । ସୂଚନା ଅନୁସାରେ, ଗତକାଲି ପଞ୍ଜାଗୁଟ୍ଟାରେ ଥିବା ଏକ ରେସ୍ତୋରାଁକୁ ଖାଇବାକୁ ଯାଇଥିଲା ମୃତ ଯୁବକ । ସେଠାରେ ସେ ବିରିୟାନୀ ଅର୍ଡର କରିଥିଲା । ବିରିୟାନୀ ଖାଇବା ବେଳେ ସେ ରେସ୍ତୋରାଁର କର୍ମଚାରୀଙ୍କୁ ଏକ୍ସଟ୍ରା ଦହି ମାଗିଥିଲା । ପ୍ରଥମ ଥର କର୍ମଚାରୀ ଜଣଙ୍କ ତାଙ୍କୁ ଏକ୍ସଟ୍ରା ଦହି ଦେଇଥିଲା । ଏହାର କିଛି ସମୟ ପରେ ଆଉଥରେ ଗ୍ରାହକ ଜଣଙ୍କ କର୍ମଚାରୀଙ୍କୁ ଦହି ମାଗିଥିଲେ । ଯେଉଁଥିରେ ଉତକ୍ଷିପ୍ତ ହୋଇଯାଇଥିଲ କର୍ମଚାରୀ ଜଣଙ୍କ । ଏହାପରେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ । ଯୁକ୍ତିତର୍କ ଏତେ ପରିମାଣର ବଢିଯାଇଥିଲା ଯେ ରାଗରେ ଜର୍ଜରିତ ହୋଇ ଗ୍ରାହକଙ୍କୁ ଆକ୍ରମଣ କରିଥିଲେ । ଫଳରେ ଖବର ପହଞ୍ଚିଥିଲା ଯାଇ ପୋଲିସ ପାଖରେ । ପୋଲିସ ରେସ୍ତୋରାଁରେ ପହଞ୍ଚି ଗ୍ରାହକ ଓ କର୍ମଚାରୀଙ୍କୁ ଥାନାକୁ ଆଣିଥିଲା । ସେଠାରେ ଦୁହେଁକୁ ପଚରାଉଚରା କରାଯିବା ବେଳେ ହଠାତ୍ ବେହୋସ ହୋଇଯାଇଥିଲେ ଗ୍ରାହକ ଜଣକ ।   ଏହାପରେ ପୋଲିସ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ ଯୁବକ ଜଣକ ହେଉଛନ୍ତି ଚନ୍ଦ୍ରଯାନଗୁଟ୍ଟା ଅଞ୍ଚଳର ଲିୟାକତ । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଅନ୍ୟପଟେ ଘଟଣାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking