28.3 C
Bhubaneswar
Sunday, May 12, 2024
Homeଓଡିଶାଶିଶୁ ମୃତ୍ୟୁକୁ ନେଇ ଅଞ୍ଚଳବାସୀଙ୍କ ରାସ୍ତା ଅବରୋଧ

ଶିଶୁ ମୃତ୍ୟୁକୁ ନେଇ ଅଞ୍ଚଳବାସୀଙ୍କ ରାସ୍ତା ଅବରୋଧ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଳା ସଦର ମହକୁମା ପାରଳାଖେମୁଣ୍ଡି ନିକଟସ୍ଥ ଯାଜପୁର ଗ୍ରାମରେ ଜଣେ ୧୧ ମାସର ଶିଶୁର ଔଷଧ ସେବନ ପରେ ମୃତ୍ୟୁକୁ ନେଇ ଗ୍ରାମବାସୀଙ୍କ ଠାରେ ଉତ୍ତେଜନା ପ୍ରକାଶ ପାଇବା ସହ ଲୋକେ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି । ଘଟଣାରୁ ପ୍ରକାଶ ଯେ, ଉପେନ୍ଦ୍ର ସାଇଁସାଙ୍କ ୧୧ ମାସର ଶିଶୁ ପୁତ୍ରଙ୍କ ସହ ଗ୍ରାମର କିଛି ଶିଶୁଙ୍କୁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଓ୍ୟୌଷଧ ବିତରଣ କରାଯାଇଥିଲା ।

ତେବେ ଉପେନ୍ଦ୍ରଙ୍କ ଶିଶୁ ପୁତ୍ର ଓଜନ କମ ଥିବା ଯୋଗୁଁ ତାଙ୍କୁ ମଧ୍ୟ ଓ୍ୟୌଷଧ ଦିଆଯାଇଥିଲା । ଓ୍ୟୌଷଧ ସେବନ ପରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା । ଶିଶୁ ପୁତ୍ରର ଚିକିତ୍ସା ପାଇଁ ପାରଳାଖେମୁଣ୍ଡି ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ କଟକସ୍ଥିତ ଶିଶୁ ଭବନକୁ ସ୍ଥାନାନ୍ତରିତ କରାଯାଇଥିଲା । ଶିଶୁ ଭବନ ଠାରେ ଗତକାଲି ଉକ୍ତ ଶିଶୁ ପୁତ୍ରର ମୃତ୍ୟୁ ଘଟିିଥିଲା ।

ମୃତ୍ୟୁ ପାଇଁ ସ୍ଥାନୀୟ ଅଙ୍ଗନବାଡି, ଆଶାକର୍ମୀ ଓ ଏଏନ୍‌ଏମ୍ କୁ ପରିବାର ବର୍ଗ ଓ ଗ୍ରାମବାସୀ ଦାୟୀ କରି ପାରଳାଖେମୁଣ୍ଡି ଓ ବ୍ରହ୍ମପୁର ମୁଖ୍ୟ ରାସ୍ତାରେ ଶିଶୁର ମୃତ ଦେହକୁ ରଖି ରାସ୍ତା ଅବରୋଧ କରିଛନ୍ତି । ପ୍ରଶାସନ ପକ୍ଷରୁ ଆଶା, ଅଙ୍ଗନବାଡି ଓ ଏଏନ୍‌ଏମ୍‌ଙ୍କ ବିରୁଦ୍ଧରେ ତୁରନ୍ତ ପଦକ୍ଷେପ ନିଆଯାଇ ପରିବାର ବର୍ଗଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ଦାବି ହୋଇଛି ।

ଘଟଣା ସ୍ଥଳରେ ଆଦର୍ଶ ଥାନା ଅଧିକାରୀ ବାବୁଲି ନାୟକ, ତହସିଲଦାର ନାରାୟଣ ବେହେରା, ଅତିରିକ୍ତ ତହସିଲଦାର ବିପିନ ଲିମ୍ମା ପ୍ରମୁଖ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିବା ସହ ଲୋକଙ୍କୁ ବୁଝାବୁଝି କରିବା ପରେ ଦିନ ୧୧.୩୦ରେ ସମୟରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା । ଅବରୋଧ ହଟିବା ପରେ ପାରଳାଖେମୁଣ୍ଡି ବ୍ରହ୍ମପୁର ରାସ୍ତାରେ ଅଟକି ରହିଥିବା ସମସ୍ତ ଯାତ୍ରୀ ବାହୀ ଏବଂ ବିଭିନ୍ନ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking