31.1 C
Bhubaneswar
Thursday, May 29, 2025
Homeଓଡିଶାଗୁରୁତର ଅବସ୍ଥାରେ ଉଦ୍ଧାର ପ୍ରେମୀ-ଯୁଗଳଙ୍କ ମୃତ୍ୟୁ

ଗୁରୁତର ଅବସ୍ଥାରେ ଉଦ୍ଧାର ପ୍ରେମୀ-ଯୁଗଳଙ୍କ ମୃତ୍ୟୁ

ବଲାଙ୍ଗୀର: ଜଙ୍ଗଲରୁ ଗୁରୁତର ଅବସ୍ଥାରେ ଉଦ୍ଧାର ଯୁବକ-ଯୁବତୀଙ୍କ ମୃତ୍ୟୁ ଘଟିଛି ବୋଲି ସୂଚନା ମିଳିଛି । ଗତକାଲି ଭୀମଭୋଇ କଲେଜ୍ ମେଡିକାଲରେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ଆଜି ବୁର୍ଲାରେ ଚିକିତ୍ସାଧିନ ଅବସ୍ଥାରେ ଯୁବତୀଙ୍କ ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ତୁଷାର କାଜୁ ଜଙ୍ଗଲରୁ ଗୁରୁତର ଅବସ୍ଥାରେ ଗତକାଲି ଉଭୟ ଉଦ୍ଧାର ହୋଇଥିଲେ । ଉଭୟଙ୍କୁ ଭୀମଭୋଇ ମେଡିକାଲ କଲେଜ୍‌ରେ ଭର୍ତ୍ତି କରାଯାଇଥିଲା । ଯୁବତୀ ଗୁରୁତର ହେବାରୁ ତାଙ୍କୁ ବୁର୍ଲାକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଆଜି ତାଙ୍କର ମୃତ୍ୟୁ ଘଟିଛି । ପ୍ରେମରେ ଅସଫଳ ହୋଇ ଯୁବକ-ଯୁବତୀ ବିଷପାନ କରିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking