32.1 C
Bhubaneswar
Friday, June 20, 2025
Homeଦେଶ ବିଦେଶ୨୦୨୧-୨୨ ଏଡିଆର ରିପୋର୍ଟ; ବିଜେପିକୁ ସର୍ବାଧିକ ୬୧୪ କୋଟି ଚାନ୍ଦା

୨୦୨୧-୨୨ ଏଡିଆର ରିପୋର୍ଟ; ବିଜେପିକୁ ସର୍ବାଧିକ ୬୧୪ କୋଟି ଚାନ୍ଦା

ନୂଆଦିଲ୍ଲୀ: ୨୦୨୧-୨୨ ଆର୍ôଥକବର୍ଷରେ ଜାତୀୟସ୍ତରର ରାଜନୈତିକ ଦଳଗୁଡିକ ମୋଟ ୭୮୦.୭୭ କୋଟି ଟଙ୍କା ଚାନ୍ଦା ବାବଦରେ ପାଇଥିଲେ ବୋଲି ଏଡିଆର (ଆସୋସିଏସନ ଫର୍ ଡେମୋକ୍ରାଟିକ୍ ରିଫର୍ମସ) ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ପୂର୍ବ ଆର୍ôଥକବର୍ଷ ତୁଳନାରେ ଏହା ୩୧.୫୦ ପ୍ରତିଶତ (୧୮୭.୦୩ କୋଟି) ଅଧିକ ବୋଲି ଜଣାପଡିଛି । ଏହି ଦଳ ମଧ୍ୟରୁ ବିଜେପି ସର୍ବାଧିକ ୬୧୪ କୋଟି ପାଇଥିବାବେଳେ କଂଗ୍ରେସ ଭାଗରେ ୯୫ କୋଟି ପାଇଥିଲା । ବିଜେପି ପକ୍ଷରୁ ଦାଖଲ କରାଯାଇଥିବା ସତ୍ୟପାଠ ଅନୁଯାୟୀ ୨୦୨୧-୨୨ରେ ୪୯୫୭ ବ୍ୟକ୍ତିବିଶେଷ ଓ ସଂଗଠନ ଦଳକୁ ମୋଟ ୬୧୪.୬୩ କୋଟି ଟଙ୍କା ଚାନ୍ଦା ଦେଇଛନ୍ତି । ଅପରପକ୍ଷରେ କଂଗ୍ରେସ ୧୨୫୫ ଦାତାଙ୍କ ନିକଟରୁ ୯୫.୪୬ କୋଟି ଟଙ୍କା ପାଇଥିଲା । କଂଗ୍ରେସ, ଏନ୍‌ସିପି, ସିପିଆଇ, ସିପିଏମ, ଏନ୍‌ପିଇପି ଏବଂ ଏଆଇଟିସି ଦଳଗୁଡିକର ମିଳିତ ଚାନ୍ଦା ପରିମାଣ ତୁଳନାରେ ବିଜେପିର ଚାନ୍ଦା ପରିମାଣ ତିନିଗୁଣ ଅଧିକ ରହିଛି । ନିୟମ ଅନୁଯାୟୀ ୨୦ ହଜାର କିମ୍ବା ଅଧିକ ଟଙ୍କାର ମିଳିଥିବା ଚାନ୍ଦାକୁ ଦଳଗୁଡିକ ଘୋଷଣା କରିଥାନ୍ତି । ୨୦୨୧-୨୨ରେ ବହୁଜନ ସମାଜ ପାର୍ଟି (ବିଏସ୍‌ପି) କୌଣସି ଚାନ୍ଦା (୨୦ ହଜାରରୁ ଅଧିକ) ପାଇନଥିଲା ବୋଲି ସତ୍ୟପାଠରେ ଉଲ୍ଲେଖ କରିଛି । ଏପରିକି ୨୦୧୬ରୁ ଚାନ୍ଦା ପାଇନାହିଁ ବୋଲି ବିଏସ୍‌ପି କହିଆସୁଛି ।

୨୦୨୦-୨୧ ଆର୍ôଥକବର୍ଷରେ ବିଜେପି ୪୭୭.୫୫ କୋଟି ଚାନ୍ଦା ପାଇଥିବାବେଳେ ୨୦୨୧-୨୨ରେ ଏହା ୬୧୪.୬୩ କୋଟିକୁ (୨୮.୭୧ ପ୍ରତିଶତ) ବୃଦ୍ଧି ପାଇଛି । ତେବେ କଂଗ୍ରେସର ଚାନ୍ଦା ପରିମାଣ ୪୬.୩୯ ପ୍ରତିଶତ, ସିପିଏମ୍‌ର ୨୨.୦୬ ପ୍ରତିଶତ, ଏନ୍‌ସିପିର ୪୦.୫୦ ପ୍ରତିଶତ ହ୍ରାସ ପାଇଥିବା ରିପୋର୍ଟରୁ ଜଣାପଡିଛି । ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରାଯାଇଥିବା ଚାନ୍ଦା ପ୍ରଦାନକାରୀଙ୍କ ତଥ୍ୟକୁ ଆଧାର କରି ଏଡିଆର ଏହି ରିପୋର୍ଟ ପ୍ରସ୍ତୁତ କରିଛି । ଦିଲ୍ଲୀରୁ ନ୍ୟାସନାଲ ପାର୍ଟିଗୁଡିକୁ ସର୍ବାଧିକ ୩୯୫.୮୫ କୋଟି ଚାନ୍ଦା ଦିଆଯାଇଥିବାବେଳେ ଏହାଛକୁ ମହାରାଷ୍ଟ୍ର (୧୦୫.୩୫ କୋଟି) ଓ ଗୁଜରାଟ (୪୪.୯୬ କୋଟି) ଯଥାକ୍ରମେ ୨ୟ ଓ ୩ୟ ସ୍ଥାନରେ ରହିଛନ୍ତି । ୨୫୫୨ କର୍ପୋରେଟ୍ ହାଉସ ପକ୍ଷରୁ ୬୨୫.୮୮ କୋଟି ଟଙ୍କା ଚାନ୍ଦା ଦିଆଯାଇଥିବାବେଳେ ୪୫୦୬ ଜଣ ବ୍ୟକ୍ତି ୧୫୩.୩୩ କୋଟି ଚାନ୍ଦା ଦେଇଥିବା ଜଣାପଡିଛି । ୨୦୬୮ କର୍ପୋରେଟ୍ ହାଉସ ବିଜେପିକୁ ୫୪୮.୮୧ କୋଟି ଦେଇଥିବାବେଳେ ୨୮୭୬ ଜଣ ବ୍ୟକ୍ତି ୬୫/.୭୭ କୋଟି ଚାନ୍ଦା ଦେଇଛନ୍ତି । ଅପରପକ୍ଷରେ ଅସମ୍ପୂର୍ଣ୍ଣ ତଥ୍ୟ ଦେଇଥିବାରୁ ୧୨.୨୬ କୋଟି ଟଙ୍କାର ଚାନ୍ଦାକୁ ହିସାବକୁ ନିଆଯାଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking