ନୂଆଦିଲ୍ଲୀ : ଆସନ୍ତା ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୨୩-୨୪ ଆର୍ôଥକବର୍ଷ ପାଇଁ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିବେ । ତେବେ ଆଗାମୀ ଆର୍ôଥକବର୍ଷରେ କେନ୍ଦ୍ର ସରକାର ଋଣ ପରିମାଣ ୧୪.୮ ଲକ୍ଷ କୋଟିକୁ ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ଇକ୍ରା ଲିମିଟେଡ୍ର ଚିଫ୍ ଇକୋନୋମିଷ୍ଟ ଅଦିତି ନାୟାର କହିଛନ୍ତି । ଅପରପକ୍ଷରେ ରାଜ୍ୟ ସରକାରଗୁଡିକ ଏହି ଆର୍ôଥକବର୍ଷରେ ଆଣୁଥିବା ଋଣ ପରିମାଣ ୨୪.୪ ଲକ୍ଷ କୋଟି ଛୁଇଁପାରେ ବୋଲି ମଧ୍ୟ ସେ କହିଛନ୍ତି । ୨୦୨୨-୨୩ ଆର୍ôଥକବର୍ଷରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଋଣ ପରିମାଣ ଯଥାକ୍ରମେ ୧୪.୧ ଓ ୨୨.୧ ଲକ୍ଷ କୋଟି ଟଙ୍କା ଧାର୍ଯ୍ୟ କରାଯାଇଛି । ଆଗାମୀ ଆର୍ôଥକବର୍ଷରେ ବିତ୍ତୀୟ ନିଅଣ୍ଟ ପରିମାଣ ୫.୮ ପ୍ରତିଶତରେ ସୀମିତ ରଖିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି । ବର୍ତ୍ତମାନ ବିଶ୍ୱରେ ଆର୍ôଥକ ମାନ୍ଦାବସ୍ଥା ଜାରି ରହିଥିବାରୁ ଆଗାମୀ ବଜେଟ୍ରେ ଘରୋଇ ଉତ୍ପାଦନ କ୍ଷମତା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯିବା ଜରୁରୀ ବୋଲି ଅଦିତି କହିଛନ୍ତି । ଏଥିସହିତ ମାର୍କେଟରୁ ଅଣାଯାଉଥିବା ଋଣ ପରିମାଣକୁ ମଧ୍ୟ ନିୟନ୍ତ୍ରଣ କରିବାର ଆବଶ୍ୟକତା ରହିଛି । ଆଗାମୀ ବଜେଟ୍ରେ କେନ୍ଦ୍ର ସରକାରଙ୍କ କ୍ୟାପିଟାଲ ଏକ୍ସପେଣ୍ଡିଚର ୮.୫ରୁ ୯ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇପାରେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ଏହା ସମ୍ଭବ ହେଲେ ବିତ୍ତୀୟ ନିଅଣ୍ଟକୁ ୫.୮ ପ୍ରତିଶତରେ ସୀମିତ ରଖାଯାଇପାରେ । ସବ୍ସିଡି ଅର୍ଥକୁ ଯଥାସମ୍ଭବ କାଣ୍ଟଛାଣ୍ଟ୍ କରାଗଲେ ସୁଦ୍ଧା ୨୦୨୩-୨୪ରେ କେନ୍ଦ୍ର ସରକାର ମାର୍କେଟରୁ ଆଣୁଥିବା ଋଣ ପରିମାଣ ୧୪.୮ ଲକ୍ଷ କୋଟିକୁ ବୃଦ୍ଧିି ପାଇବାର ସମ୍ଭାବନା ରହିଛି ବୋଲି ଅଦିତି କହିଛନ୍ତି । ଅପରପକ୍ଷରେ ଆଗାମୀ ଆର୍ôଥକବର୍ଷରେ ରାଜସ୍ୱ ନିଅଣ୍ଟ ୧୦.୫ରୁ ୯.୫ ଲକ୍ଷ କୋଟିକୁ ହ୍ରାସ ପାଇବ ବୋଲି ମଧ୍ୟ ସେ କହିଛନ୍ତି । ଚଳିତବର୍ଷ ୯ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କ୍ୟାପିଟାଲ ଏକ୍ସପେଣ୍ଡିଚରକୁ ୮.୫-୯ ଲକ୍ଷ କୋଟିରେ ସୀମିତ ରଖିବାକୁ ଉଦ୍ୟମ କରିବେ ବୋଲି ଅଦିତି କହିଛନ୍ତି । ଅପରପକ୍ଷରେ ଆଗାମୀ ଆର୍ôଥକବର୍ଷରେ ରାଜସ୍ୱ ଖର୍ଚ୍ଚ ବୃଦ୍ଧିକୁ ୩ ପ୍ରତିଶତରେ ସୀମିତ ରଖିବାର ଆବଶ୍ୟକତା ରହିଛି । ଖାଦ୍ୟଶସ୍ୟ ଓ ସାର ଉପରେ ଦିଆଯାଉଥିବା ସବ୍ସିଡିକୁ ହ୍ରାସ କରାଯିବା ଉପରେ ସରକାର ନିଶ୍ଚିତଭାବେ ଗୁରୁତ୍ୱ ଦେବେ ବୋଲି ଅଦିିତି ଆଶାବ୍ୟକ୍ତ କରିଛନ୍ତି ।