28.1 C
Bhubaneswar
Wednesday, June 18, 2025
Homeଦେଶ ବିଦେଶରେପୋ ରେଟ୍ ୬.୫%ରେ ଅପରିବର୍ତ୍ତିତ; ଆବଶ୍ୟକ ପଡିଲେ ନିଷ୍ପତ୍ତି ନିଆଯିବ: ଶକ୍ତିକାନ୍ତ

ରେପୋ ରେଟ୍ ୬.୫%ରେ ଅପରିବର୍ତ୍ତିତ; ଆବଶ୍ୟକ ପଡିଲେ ନିଷ୍ପତ୍ତି ନିଆଯିବ: ଶକ୍ତିକାନ୍ତ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ରେପୋ ରେଟ୍ (ସୁଧହାର)କୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖାଯାଇଛି । ଗୁରୁବାର ଅନୁଷ୍ଠିତ ରିଜର୍ଭ ବ୍ୟାଙ୍କ ମନିଟାରୀ ପଲିସି କମିଟି (ଏମ୍‌ପିସି)ର ପ୍ରଥମ ଦୁଇମାସିଆ ବୈଠକରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଛି । ରିଜର୍ଭ ବ୍ୟାଙ୍କର ଏଭଳି ନିଷ୍ପତ୍ତିରେ ଋଣଗ୍ରହୀତାମାନେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି । କାରଣ ବ୍ୟାଙ୍କରୁ ଆଣିଥିବା ଋଣ ଉପରେ ବର୍ତ୍ତମାନ ସେମାନଙ୍କୁ ଅଧିକ ହାରରେ ସୁଧ ଦେବାକୁ ପଡିବ ନାହିିଁ ।

ରେପୋ ରେଟ୍ ଅନୁଯାୟୀ ରିଜର୍ଭ ବ୍ୟାଙ୍କ କମର୍ସିଆଲ ବ୍ୟାଙ୍କଗୁଡିକୁ ଋଣ ପ୍ରଦାନ କରିଥାଏ । ଯେତେବେଳେ ରେପୋ ରେଟ୍ ବୃଦ୍ଧି ହୋଇଥାଏ, ସେତେବେଳେ ସଂପୃକ୍ତ ବ୍ୟାଙ୍କଗୁଡିକ ସୁଧହାର ବୃଦ୍ଧି କରି ଏହି ଅତିରିକ୍ତ ବୋଝ ଋଣଗ୍ରହୀତାଙ୍କ ଉପରେ ଲଦି ଦେଇଥାନ୍ତି । ଅପରପକ୍ଷରେ ଯେତେବେଳେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ରେପୋ ରେଟ୍ ହ୍ରାସ କରାଯାଏ, ସେତେବେଳେ କମର୍ସିଆଲ ବ୍ୟାଙ୍କଗୁଡିକ କମ୍ ସୁଧହାରରେ ରିଜର୍ଭ ବ୍ୟାଙ୍କରୁ ଋଣ ଆଣୁଥିବାବେଳେ ନିଜ ଋଣଗ୍ରହୀତାଙ୍କୁ ମଧ୍ୟ ଏ ପ୍ରସଙ୍ଗରେ ଆଶ୍ୱସ୍ତି ପ୍ରଦାନ କରିଥାନ୍ତି ।

ରେପୋ ରେଟ୍‌କୁ ଅପରିବର୍ତ୍ତତ ରଖାଯାଇଥିବା ପ୍ରସଙ୍ଗରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ‘ଏମ୍‌ପିସି ରେପୋ ରେଟ୍‌କୁ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି । ତେବେ ଆବଶ୍ୟକ ପଡିଲେ, ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ’ । ସୂଚନାଯୋଗ୍ୟ ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବାକୁ ୨୦୨୨ ମେ’ ପରଠାରୁ ରିଜର୍ଭ ବ୍ୟାଙ୍କ ଛଅଥର ରେପୋ ରେଟ୍ ବୃଦ୍ଧି କରିସାରିଛନ୍ତି । ୨୦୨୩-୨୪ରେ ମୁଦ୍ରାସ୍ଫୀତିକୁ ୫.୨ ପ୍ରତିଶତ ଏବଂ ଚଳିତ ଆର୍ôଥକବର୍ଷର ପ୍ରଥମ ତ୍ରୈମାସିକରେ ଏହାକୁ ୫.୧ ପ୍ରତିଶତରେ ସୀମିତ ରଖିବାକୁ ଆରବିଆଇ ଲକ୍ଷ୍ୟଧାର୍ଯ୍ୟ କରିଥିବା ପ୍ରକାଶ ।

ଚଳିତ ଆର୍ôଥକବର୍ଷରେ ମୁଦ୍ରାସ୍ଫୀତି କିଛିମାତ୍ରାରେ ନିୟନ୍ତ୍ରଣକୁ ଆସିବ ବୋଲି ଶକ୍ତିକାନ୍ତ ଆଶାବ୍ୟକ୍ତ କରିଛନ୍ତି । ବର୍ତ୍ତମାନ ବିଶ୍ୱରେ ଆର୍ôଥକ ମାନ୍ଦାବସ୍ଥା ଜାରି ରହିଥିବାବେଳେ ଆର୍‌ବିଆଇ ଏହା ଉପରେ ତୀକ୍ଷ୍ଣ ନଜର ରଖିଛି ବୋଲି ଶକ୍ତିକାନ୍ତ କହିଛନ୍ତି । ୨୦୨୨ ମେ’ରେ ଏମ୍‌ପିସି ଯେଉଁ ନିଷ୍ପତ୍ତି ନେଇଥିଲା, ତାହା ଏବେ ମଧ୍ୟ କାର୍ଯ୍ୟକ୍ଷମ ରହିଛି । ବର୍ତ୍ତମାନ ଦେଶରେ ବ୍ୟାଙ୍କିଙ୍ଗ୍ ଓ ନନ୍ ବ୍ୟାଙ୍କିଙ୍ଗ୍ ଆର୍ଥିକ ବ୍ୟବସ୍ଥା ଠିକ୍‌ଠାକ୍ କାର୍ଯ୍ୟ କରୁଥିବାବେଳେ ଚଳିତ ଆର୍ôଥକବର୍ଷରେ ଅଭିବୃଦ୍ଧି ହାର ୭ ପ୍ରତିଶତ ଛୁଇଁବ ବୋଲି ଶକ୍ତିକାନ୍ତ ଆଶାବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking