18.1 C
Bhubaneswar
Saturday, November 23, 2024
Homeଅପରାଧନାବାଳିକାଙ୍କୁ ଦୁଷ୍କର୍ମକାରୀ ୨୦ବର୍ଷ ଜେଲ

ନାବାଳିକାଙ୍କୁ ଦୁଷ୍କର୍ମକାରୀ ୨୦ବର୍ଷ ଜେଲ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସଦର ଥାନା ଏବଂ ହଳଦୀପଦା ଫାଣ୍ଡି ଅନ୍ତର୍ଗତ ବାଲିଧାରୀ ଗ୍ରାମର ଜଣେ ବ୍ୟକ୍ତି ଉକ୍ତ ଗ୍ରାମର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ୨୦ ବର୍ଷ ସଶ୍ରମ ଜେଲଦଣ୍ଡରେ ଦଣ୍ଡିତ ହୋଇଛନ୍ତି । ଏଭଳି ରାୟ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ପୋକ୍ସ କୋର୍ଟର ସ୍ୱତନ୍ତ୍ର ବିଚାରପତି ଗିରିଜା ପ୍ରସାଦ ମହାପାତ୍ର । ଏହା ସହ ତାଙ୍କୁ ୨୮ହଜାର ଟଙ୍କା ଜୋରିମାନା ଆଦେଶ କରିବା ସହ ଜୋରିମାନା ଟଙ୍କା ଆଦାୟ ନହେଲେ ଅଧିକ ଏକ ବର୍ଷ ୧ ମାସ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ବିଚାରପତି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ବାଲିଧାରୀ ଗ୍ରାମର ଜାଦବ ସିଂଙ୍କ ପୁଅ ଡାକ୍ତର ଓରଫ ରାଧାମୋହନ ସିଂ ।
ପୀଡ଼ିତା ନାବାଳିକା ଜଣଙ୍କ କରିଥିବା ଅଭିଯୋଗ ଅନୁସାରେ, ସେ କୁରୁଡ଼ା ଅଞ୍ଚଳର ଜଣେ ଠିକାଦାର ଅଧୀନରେ କାମ କରନ୍ତି ।
୨୦୧୭ମସିହା ଏପ୍ରିଲ ମାସ ୪ତାରିଖରେ ଜଣେ ନାବାଳିକାକୁ ଡାକ୍ତର ସାଙ୍ଗରେ କୁରୁଡ଼ାକୁ କାମ କରିବା ପାଇଁ ଯାଇଥିଲେ । ହେଲେ ରାଧାମୋହନ ତାଙ୍କୁ କୁରୁଡା ନନେେଇ ହଳଦୀପଦା ଫାଣ୍ଡି ଅନ୍ତର୍ଗତ ୬୦ନମ୍ବର ଜାତୀୟ ରାଜପଥ ରାଜଧାନୀ ଢାବା ନିକଟରେ ଥିବା ଏକ ହାଣ୍ଡିଆ ଭାଟି ପାଖରେ ଛିଡ଼ା କରାଇ ତାଙ୍କୁ ଶହେ ଟଙ୍କା ଯାଚିଥିଲେ । ନାବାଳିକା ଜଣଙ୍କ ଶହେ ଟଙ୍କା ନନେବାରୁ ରାଧାମୋହନ ତାଙ୍କୁ ବଳପୂର୍ବକ ସେଠାରେ ଥିବା ଏକ ପୋଲ ତଳକୁ ନେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଘଟଣା ସମ୍ପର୍କରେ କାହାରିକୁ କହିଲେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲା । ପରେ ସେ ତାଙ୍କୁ ଏକ ଟ୍ରେକରରେ ବସାଇ କୁରୁଡ଼ାକୁ ନେଇଯାଇଥିଲା ।
ନାବାଳିକା ଜଣଙ୍କ କାମ ସାରି ସନ୍ଧ୍ୟାରେ ଘରକୁ ଫେରିବା ପରେ ରାତିରେ ତାଙ୍କ ପରିବାରକୁ ଘଟଣା ସମ୍ପର୍କରେ ଜଣାଇଥିଲେ । ପରେ ନାବାଳିକାଙ୍କର ଦେହ ଖରାପ ହୋଇଥିବାରୁ ସେ ୨୭ତାରିଖ ଦିନ ହଳଦୀପଦା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ସଦର ଥାନାରେ ଏକ ମାମଲା ରୁଜୁ କରି ରାଧାମୋହନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ମାମଲାକୁ ସରକାରୀ ଓକିଲ ପ୍ରଣବ କୁମାର ପଣ୍ଡା ପରିଚାଳନା କରୁଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking