20.1 C
Bhubaneswar
Thursday, January 16, 2025
Homeଦଶମ ପରୀକ୍ଷା-୨୦୨୨ଦଶମ-ଦ୍ୱାଦଶରେ ହେବ ଏକକ ବୋର୍ଡ ପରୀକ୍ଷା....

ଦଶମ-ଦ୍ୱାଦଶରେ ହେବ ଏକକ ବୋର୍ଡ ପରୀକ୍ଷା….

ଭୁବନେଶ୍ୱର : ଶିକ୍ଷା ବିଭାଗ ଆପଣାଇଲା ପୁରୁଣା ଫର୍ମୁଲା । ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ହେବ ଏକକ ବୋର୍ଡ ପରୀକ୍ଷା। ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ଲାଗୁ ହେବ ଏହି ନିୟମ । ଚଳିତ ଶିକ୍ଷାବର୍ଷ ପରି ଆଉ ଦୁଇଟି ପରୀକ୍ଷା ଯଥା ଟର୍ମ-୧, ଟର୍ମ-୨ କରାଯିବ ନାହିଁ ବରଂ ପୁଣିଥରେ ପୁରୁଣା ପଦ୍ଧତି ଆପଣାଇବାକୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ଯୋଜନା ପ୍ରସ୍ତୁତ କରିଛି। ଯାହାକୁ ଆଧାର କରି ଓଡ଼ିଶାର ଦୁଇ ବୋର୍ଡ ଯଥା ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍‌ଇ) ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷକ(ସିଏଚ୍‌ଏସ୍‌ଇ) ମଧ୍ୟ ସମାନ ପନ୍ଥା ଆପଣାଇବ ବୋଲି କୁହାଯାଉଛି । ଦୁଇଦିନ ତଳେ ଅନୁଷ୍ଠିତ ଗଣଶିକ୍ଷା ବିଭାଗର ସମୀକ୍ଷା ବୈଠକରେ ଏନେଇ ବ୍ୟାପକ ଆଲୋଚନା ହୋଇଛି । ଛାତ୍ରଛାତ୍ରଙ୍କୁ ସମ୍ପୂର୍ଣ୍ଣ ସିଲାବସ୍ ପଢ଼ାଯିବା ସହ ପୂର୍ବ ପଦ୍ଧତି ଅନୁଯାୟୀ ପରୀକ୍ଷା କରିବାକୁ ପ୍ରସ୍ତୁତ ହୋଇଛି । କରୋନା ଯୋଗୁଁ ପିଲାଙ୍କ ପାଠପଢ଼ା ବହୁ ପରିମାଣରେ ପ୍ରଭାବିତ ହୋଇଥିଲା ।

ଯେଉଁଥିପାଇଁ ମୋଟ ସିଲାବସ୍‌ ପଢ଼ିଯିବା ପରିବର୍ତ୍ତେ ୩୦% ସିଲାବସ୍ କାଣ୍ଟଛାଣ୍ଟ କରାଯାଇ ଶିକ୍ଷା ପ୍ରଦନ କରାଯାଇଥିଲା ଏବଂ ସେହି ଅନୁଯାୟୀ ପରୀକ୍ଷା ମଧ୍ୟ କରାଯାଉଛି । ପିଲାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ୨୦୨୧-୨୨ ଶିକ୍ଷାବର୍ଷରେ ଦୁଇଟି ପରୀକ୍ଷା କରାଯାଇ ପାଠପଢ଼ାକୁ ଅଧିକ ସରଳ କରାଯାଇଥିଲା । ସିବିଏସ୍‌ଇ ପକ୍ଷରୁ ନଭେମ୍ବର ଡିସେମ୍ବର ମାସରେ ମଲ୍ଟି ଚଏସ୍ ଫର୍ମାଟରେ ଟର୍ମ-୧ ପରୀକ୍ଷା ହୋଇଥିବା ବେଳେ ଏପ୍ରିଲ ୨୬ରୁ ଟର୍ମ ୨ ପରୀକ୍ଷା କରାଯିବ । ୨୦୨୦ ଜାତୀୟ ଶିକ୍ଷା ନାତି ଅଧରରେ ଦୁଇଟି ପରୀକ୍ଷା ଢ଼ାଞ୍ଚା ଜାରି ରହିବ ବୋଲି ଆକଳନ କରାଯାଉଥିଲା । ମାତ୍ର ଏବେ କୌଣସି ପରିବର୍ତ୍ତନ ନ କରିବାକୁ ବୋର୍ଡ ନିଷ୍ପତି ନେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking