ମୁମ୍ବାଇ: ରିଲାଏନ୍ସ ଡିଜିଟାଲରେ ୨ରୁ ୧୭ ଏପ୍ରିଲ୍ ୨୦୨୨ ପର୍ଯ୍ୟନ୍ତ ଡିଜିଟାଲ୍ ଡିସକାଉଣ୍ଟ୍ ଡେଜ୍ ଆରମ୍ଭ ହେଉଛି । ଏହି ଅବସରରେ ଟେକ୍ ସାମଗ୍ରୀ ଉପରେ ଆକର୍ଷଣୀୟ ଅଫର ଓ ଡିସକାଉଣ୍ଟ୍ ଉପଲବ୍ଧ ରହିବ । ଇଲେକ୍ଟ୍ରୋନିକ୍ସ ଉପରେ ସର୍ବୋତ୍ତମ ଡିଲ୍ ବ୍ୟତୀତ ରିଲାଏନ୍ସ ଡିଜିଟାଲ୍ ମଧ୍ୟ ଏଚଡିଏଫସି ବ୍ୟାଙ୍କ କାର୍ଡ଼ ଉପରେ ୭.୫% ପର୍ଯ୍ୟନ୍ତ ଇନଷ୍ଟାଣ୍ଟ୍ ଡିସକାଉଣ୍ଟ୍ ପ୍ରଦାନ କରୁଛି ଓ ଟ.୨୦୦୦/- ପର୍ଯ୍ୟନ୍ତ କୁପନ ପ୍ରଦାନ କରାଯାଉଛି । ଟ.୮୦,୦୦୦/-ବା ଏହା ଠାରୁ ଅଧିକ ମୂଲ୍ୟର କ୍ରୟ ଉପରେ, ଟ.୧୦,୦୦୦/-ପର୍ଯ୍ୟନ୍ତ ପ୍ରଯୁଜ୍ୟ ଅନୁସାରେ ଅତିରିକ୍ତ ଡିସକାଉଣ୍ଟ୍ ପ୍ରଦାନ କରାଯାଉଛି । ଏହାର ଆକର୍ଷଣୀୟ ଡିଲ୍ ଓ ସହଜିଆ ଇଏମଆଇ ବିକଳ୍ପ ସୁବିଧାକୁ ଟିଭି, ସ୍ମାର୍ଟଫୋନ, ଲାପଟପ୍, ଟେଲିଭିଜନ, ଏସି, ରେଫ୍ରିଜରେଟର, ୱାସିଂ ମେସିନ୍, ସ୍ମାର୍ଟ ୱାଚ ଓ କିଚେନ୍ ଉପକରଣ ଆଦିରେ ପ୍ରଦାନ କରାଯାଉଛି । ଟେକ୍ ସାମଗ୍ରୀର ସମସ୍ତ ଆବଶ୍ୟକତା ପୂରଣ ପାଇଁ ରିଲାଏନସ ଡିଜିଟାଲ୍ ସମସ୍ତ ପ୍ରକାର ସୁବିଧା ପ୍ରଦାନ କରୁଛି ।