28.1 C
Bhubaneswar
Saturday, September 21, 2024
Homeଓଡିଶା୨ ଜିଲ୍ଲାକୁ ରେଡ ଆଲର୍ଟ

୨ ଜିଲ୍ଲାକୁ ରେଡ ଆଲର୍ଟ

ଭୁବନେଶ୍ବର : ଆଜି ଉତ୍ତର ଓଡ଼଼ିଶାରେ ହେବ ପ୍ରବଳ ବର୍ଷା । ବଙ୍ଗୋପସାଗରେ ସୃଷ୍ଟ ଗଭୀର ଅବପାତର ତୀବ୍ରତା ଅଧିକ ରହିଛି । ପ୍ରଭାବରେ ଉତ୍ତର ଓଡ଼ିଶାରେ ବର୍ଷା ଲାଗିରହିବ ବୋଲି ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରବଳ ବର୍ଷା ପାଇଁ ମୟୂରଭଞ୍ଜକୁ ରେଡ୍ ଆଲର୍ଟ ଜାରି କରାଯାଇଛି ।ସେହିପରି କେନ୍ଦୁଝର ବାଲେଶ୍ୱର ଓ ସୁନ୍ଦରଗଡ଼କୁ ଅରଞ୍ଜ ଓ ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବର୍ଷା ସମୟରେ ସମୁଦ୍ର ମଧ୍ୟରେ ଘଣ୍ଟାପ୍ରତି ୫୦ ରୁ ୬୦ କିମି ପବନ ବହିବାର ସମ୍ଭାବନା ରହିଛି । ଏଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି । ଉତ୍ତର ଉପକୂଳରେ ଥିବା ଧାମରା ଏବଂ ପାରାଦୀପ ବନ୍ଦରକୁ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି । କାଲିଠୁ ବର୍ଷା କମିବା ସହ ଗରମ ଗୁଳୁଗୁଳି ଆରମ୍ଭ ହେବ । ସେପଟେ ଜୁନ ୧ ତାରିଖରୁ ଏ ପର୍ୟ୍ୟନ୍ତ ସାରା ରାଜ୍ୟରେ ୯୬୩ ଦଶମିକ ୫ ମିଲିମିଟର ବର୍ଷା ହୋଇଥିବା ବେଳେ ବର୍ତ୍ତମାନ ୮ ପ୍ରତିଶତ ନିଅଁଟିଆ ବର୍ଷା ରେକର୍ଡ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking