ଭୁବନେଶ୍ୱର: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ଶ୍ରମିକ ସାମ୍ମୁଖ୍ୟ ଅଧିନସ୍ଥ ବିଭିନ୍ନ ସାମ୍ମୁଖ୍ୟ ଓ ସଂଗଠନରେ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦେଇଛନ୍ତି । ଏନେଇ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି । ନିଖିଳ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ମହାସଂଘର ୫ ମୁଖ୍ୟ ସଂଯୋଜକଙ୍କୁ ନୂଆ ନିଯୁକ୍ତି ମିଳିଛି । ସେମାନେ ହେଉଛନ୍ତି ପ୍ରୀତିରଞ୍ଜନ ଘଡ଼ାଇ, ସୁଲତା ଦେଓ, ଶର୍ମିଷ୍ଠା ସେଠୀ, ଲତିକା ପ୍ରଧାନ ଓ ଦୁର୍ଗା ସାମନ୍ତରାୟ । ଓଡ଼ିଶା ଜିପିଏଲ୍ଏଫ ମହାସଂଘର ୩ ମୁଖ୍ୟ ସଂଯୋଜକ ହୋଇଛନ୍ତି ଶ୍ରୀମୟୀ ମିଶ୍ର, ଦୀପାଳି ଦାସ ଓ ସୁଭଦ୍ରା ଦାସ । ଓଡ଼ିଶା ବିଦ୍ୟୁତ୍ କର୍ମଚାରୀ ମହାସଂଘର ୩ ମୁଖ୍ୟ ସଂଯୋଜକ ଭାବେ ନିରଞ୍ଜନ ବିଶି, ବିକ୍ରମ ପଣ୍ଡା ଓ ରାଜୀବ ମହାନ୍ତି ନିଯୁକ୍ତ ହୋଇଥିବାବେଳେ ଉଠା ଦୋକାନୀ ସଂଘର ୩ମୁଖ୍ୟ ସଂଯୋଜକ ନିଯୁକ୍ତି ପାଇଛନ୍ତି । ସେମାନେ ହେଉଛନ୍ତି ଯୁଗଳ ନାୟକ, ବିକାଶ ଦାସ ଓ ଦେବେନ୍ଦ୍ର ପାଣିଗ୍ରାହୀ । ସେହିପରି ନିର୍ମାଣ ଶ୍ରମିକ ସଂଘର ୩ ମୁଖ୍ୟ ସଂଯୋଜକ ହେଉଛନ୍ତି ବୈଦ୍ୟନାଥ ଦାସ, ରାଜେନ୍ଦ୍ର ଦାସ ଓ ବଳ ରୟ ।
ଖଣି ଓ କୋଇଲା ଶ୍ରମିକ, ରେଳବାଇ ଶ୍ରମିକର ୩ ମୁଖ୍ୟ ସଂଯୋଜକ ଭାବେ ସୁଶାନ୍ତ ବେହେରା, କୁନା ବିହାରୀ ଦାସ ଓ ପଞ୍ଚାନନ ସେନାପତିଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ନିଖିଳ ଓଡ଼ିଶା ଆଶାକର୍ମୀ ସାମ୍ମୁଖ୍ୟର ୩ ମୁଖ୍ୟ ସଂଯୋଜକଙ୍କୁ ନିଯୁକ୍ତି ମିଳିଛି । ସେମାନେ ହେଉଛନ୍ତି ସ୍ୱରୂପ କୁମାର ଦାସ, ନିରଞ୍ଜନ ପାତ୍ର ଓ ପ୍ରଦୀପ ନାୟକ । ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା ମହାସଂଘର ୪ ମୁଖ୍ୟ ସଂଯୋଜକ ଭାବେ ନୂଆ ନିଯୁକ୍ତି ପାଇଛନ୍ତି । ସେମାନେ ହେଉଛନ୍ତି ଅନନ୍ତ ନାରାୟଣ ଜେନା, ଯୋଗେନ୍ଦ୍ର ସ୍ୱାଇଁ, ନିରଞ୍ଜନ ପାତ୍ର ଓ ପ୍ରଦୀପ ନାୟକ । ସେହିପରି ଓଡ଼ିଶା ସଡ଼କ ପରିବହନ କର୍ମଚାରୀ ମହାସଂଘ ୪ ମୁଖ୍ୟ ସଂଯୋଜକ ଭାବେ ନିଯୁକ୍ତି ପାଇଛନ୍ତି ସୁଜିତ୍ କୁମାର, ପ୍ରଣବ ବଳବନ୍ତରାୟ, ମିହିର ରାଉତ ଓ ନବକିଶୋର ମହାନ୍ତି । ଏନେଇ ଦଳପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।