ଭୁବନେଶ୍ୱର : ଅଫିସ୍ରେ ଯୁକ୍ତିତର୍କ ଭିତରେ ରିସେପନିଷ୍ଟଙ୍କୁ ଛୁରୀ ଭୁଶି ଦେଲେ ସିକ୍ୟୁରିଟି ଗାର୍ଡ । ଏପରି ହୃଦୟବିଦାରକ ଘଟଣା ରାଜଧାନୀ ଭୁବନେଶ୍ୱରରେ ଘଟିଛି । ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍ ପୁଲିସ୍ ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜଗତସିଂହପୁର ଜିଲ୍ଲାର ବିଜୟିନୀ ସାହୁ ଭୁବନେଶ୍ୱର ଜିଜିପି କଲୋନୀରେ ରୁହନ୍ତି । ସେ ଏକ ସଂସ୍ଥାରେ ରିସେପନିଷ୍ଟ୍? ଭାବେ ଚାକିରି କରନ୍ତି । ସବୁଦିନ ପରି ଗୁରୁବାର ଅଫିସ୍ ଆସିଥିଲେ ବିଜୟିନୀ । ଅପରାହ୍ନରେ ସେହି ସଂସ୍ଥାରେ କାମ କରୁଥିବା ଜଣେ ସିକ୍ୟୁରିଟି ଗାର୍ଡ଼ ଦରମା ପାଇନଥିବାରୁ ଉତ୍?କ୍ଷିପ୍ତ ହୋଇ ଅଫିସ୍? ଆସିଥିଲେ ।
ସଂସ୍ଥାର ମାଲିକଙ୍କୁ ଦେଖା କରିବା ପାଇଁ ଚାହୁଁଥିଲେ । ମାତ୍ର ବିଜୟିନୀ ତାଙ୍କୁ ଅଟକାଇ ଥିଲେ । ଏହାକୁ ନେଇ ଉଭୟଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା । ଯୁକ୍ତିତର୍କ ଭିତରେ ବିଜୟିନୀଙ୍କ ପେଟରେ ଛୁରୀ ଭୁଶି ଦେଇଥିଲେ ସିକ୍ୟୁରିଟି ଗାର୍ଡ଼ । ସଂସ୍ଥାର ଅନ୍ୟ କର୍ମଚାରୀମାନେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବିଜୟିନୀଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ମେଡ଼ିକାଲ୍ରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିଜୟିନୀଙ୍କ ମୃତ୍ୟୁ ଘଟିଛି । ଏନେଇ ମଞ୍ଚେଶ୍ୱର ଥାନାରେ ଅଭିଯୋଗ ହେବା ପରେ କମିଶନରେଟ୍ ପୁଲିସ୍ ମାମଲା ରୁଜୁ କରି ଅଭିଯୁକ୍ତ ସିକ୍ୟୁରିଟି ଗାର୍ଡକୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୁଲିସ୍ ଏବେ ସଂସ୍ଥାର ସମସ୍ତ କର୍ମଚାରୀଙ୍କୁ ପଚରା ଉଚରା କରୁଛି ।