26.1 C
Bhubaneswar
Wednesday, January 8, 2025
Homeମନୋରଞ୍ଜନସଂଘର୍ଷର ଦିନକୁ ମନେ ପକାଇ ଭାବୁକ ହେଲେ ମଲ୍ଲିକା, କହିଲେ-‘କ୍ୟାରିୟର ପାଇଁ ପରିବାରକୁ ହରାଇଲି’

ସଂଘର୍ଷର ଦିନକୁ ମନେ ପକାଇ ଭାବୁକ ହେଲେ ମଲ୍ଲିକା, କହିଲେ-‘କ୍ୟାରିୟର ପାଇଁ ପରିବାରକୁ ହରାଇଲି’

ମୁମ୍ବାଇ : ମର୍ଡର ଫେମ୍ ମଲ୍ଲିକା ଶେରାୱତ ଆଜିକାଲି ତାଙ୍କର ଆଗାମୀ ଫିଲ୍ମ ଆରକେ-ଆରକେର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ଅଭିନେତ୍ରୀ ତାଙ୍କ ସଂଘର୍ଷର ଦିନଗୁଡ଼ିକୁ ମନେ ପକାଇଛନ୍ତି। ଯାହା ତାଙ୍କୁ ବହୁତ ଭାବୁକ କରିଛି।

ମଲ୍ଲିକା ଦୀର୍ଘ ସମୟ ପରେ ବଡ ପରଦାକୁ ଫେରୁଛନ୍ତି । ନିକଟରେ ତାଙ୍କର ଆଗାମୀ ଫିଲ୍ମ ଆରକେ-ଆରକେର ଟ୍ରେଲର ମଧ୍ୟ ରିଲିଜ ହୋଇଛି। ଏହି ଫିଲ୍ମର ପ୍ରମୋସନ ସମୟରେ ଏକ ଇଣ୍ଟରଭ୍ୟୁରେ ମଲ୍ଲିକା ତାଙ୍କର ସଂଘର୍ଷର ଦିନଗୁଡ଼ିକୁ ମନେ ପକାଇଛନ୍ତି। ସେ କହିଛନ୍ତି, ଯେତେବେଳେ ମୁଁ ମୋର ଫିଲ୍ମ କ୍ୟାରିୟର ଆରମ୍ଭ କରିବାକୁ ବମ୍ବେ ଆସିଥିଲି। ଏହା ପରେ ମୋ ଠାରୁ ଦୁରେଇ ଗଲେ। ତାଙ୍କ ସପୋର୍ଟ ମୁଁ ସମ୍ପୂର୍ଣ୍ଣ  ଭାବେ ହରାଇଥିଲି। ଯାହା ମୋ ପାଇଁ ସବୁଠୁ ବଡ କ୍ଷତି ଥିଲା। କେବଳ ଏତିକି ନୁହେଁ, ମୁଁ ହଲିଉଡକୁ ଯିବା ପରେ ମୋର କିଛି ପ୍ରିୟ ବନ୍ଧୁଙ୍କ ସହ ସମ୍ପର୍କ ତୁଟି ଗଲା। ଆପଣ ଅନୁମାନ କରିପାରୁଥିବ ଯେ ମୁଁ ମୋର ଫିଲ୍ମ କ୍ୟାରିୟର ପାଇଁ କେତେ ବଳିଦାନ ଦେଇଛି।

ରାଜଶ୍ରୀ ବ୍ୟାନରରେ ନିର୍ମିତ ଫିଲ୍ମ ଆରକେ-ଆରକେ ମାଧ୍ୟମରେ ମଲ୍ଲିକା ଫେରିବାକୁ ପ୍ରସ୍ତୁତ ଅଛନ୍ତି। ଏହି ଫିଲ୍ମଟି ଜୁଲାଇ ୨୨ ରେ ରିଲିଜ୍ ହେବ। ମଲ୍ଲିକାଙ୍କ ବ୍ୟତୀତ ବଲିଉଡ ଅଭିନେତା ରଣଭୀର ଶୋରେ, କୁବ୍ରା ସେଟ୍ ଏବଂ ରଜତ କପୁର ଏହି ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking