18.1 C
Bhubaneswar
Saturday, November 23, 2024
Homeଓଡିଶାଜୁନ୍ ମାସ ୨୧ ତାରିଖରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନର ରହସ୍ୟ..

ଜୁନ୍ ମାସ ୨୧ ତାରିଖରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନର ରହସ୍ୟ..

ଭୁବନେଶ୍ୱର : ମତଭେଦ ଓ ବିବାଦରେ ପରିପୂର୍ଣ୍ଣ ଆଜିର ଦୁନିଆ । ଯଦି ଏହି ସମୟରେ ମଧ୍ୟ କୌଣସି ଏକ ବିଷୟକୁ ନେଇ ଦୁନିଆର ସମସ୍ତ ଦେଶ ପରସ୍ପରର ସହମତିରେ ସମର୍ଥନ ଦିଅନ୍ତି , ତାହେଲେ ମାନି ନେବାକୁ ପଡ଼ିବ ଯେ , ଏହା ବିଶ୍ୱର ହିତ ସହ ଜଡ଼ିତ ଅଟେ । ସେହିପରି ୨୧ ଜୁନକୁ ସମଗ୍ର ବିଶ୍ୱରେ ପାଳନ କରାଯାଏ ଅନ୍ତର୍ଜାତୀୟ ଯୋଗ ଦିବସ । ବର୍ଷ ୨୦୧୪ ସେପ୍ଟେମ୍ବର ୨୭ ତାରିଖରେ ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ଜୁନ ଅନ୍ତର୍ଜାତୀୟ ଯୋଗ ଦିବସ ଭାବରେ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲେ । ୧୯୩ ସଦସ୍ୟ ବିଶିଷ୍ଟ ସଂଯୁକ୍ତ ରାଷ୍ଟ୍ର ମହାସଭାକୁ ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରସ୍ତାବ ପସନ୍ଦ ଆସିଥିଲା । ମାତ୍ର ୯୦ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏହି ପ୍ରସ୍ତାବ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ଗୃହୀତ ହୋଇଥିଲା । ତାପରେ ୨୧ ଜୁନ ୨୦୧୫କୁ ପ୍ରଥମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା । ଏହା ମଧ୍ୟ ଏପରି ଏକ ଆୟୋଜନ ଅଟେ ।
୨୧ ଜୁନ୍ କୁ ଯୋଗ ଦିବସ ପାଳନ କରିବା ପଛରେ ଏକ ବିରାଟ କାରଣ ମଧ୍ୟ ରହିଛି । ଆମେ ଜାଣିଛେ , ଉତ୍ତର ଗୋଲାର୍ଦ୍ଧରେ ୨୧ ଜୁନ୍ ହେଉଛି ବର୍ଷର ସବୁଠାୁ ଲମ୍ବା ଦିନ । ଏହି ଦିନକୁ ଗ୍ରୀଷ୍ମ ସଂକ୍ରାନ୍ତି ବୋଲି କୁଯାଯାଇଥାଏ । ଭାରତୀୟ ସଂସ୍କୃତି ଅନୁଯାୟୀ , ଗ୍ରୀଷ୍ମ ସଂକ୍ରାନ୍ତି ପରେ ସୂର୍ଯ୍ୟଙ୍କର ଦକ୍ଷିଣାୟନ ହୋଇଥାଏ । ଆଉ ସୂର୍ଯ୍ୟଙ୍କର ଏହି ଦକ୍ଷିଣାୟନ ସମୟରେ ଆଧ୍ୟାତ୍ମିକ ସିଦ୍ଧି ପ୍ରାପ୍ତି ହୋଇଥାଏ ।

ପ୍ରାଚୀନ କାଳରେ ଯୋଗର ଉତ୍ପତି ଆମ ଦେଶ ଭାରତରୁ ହିଁ ହୋଇଥିଲା । ଏହା ଆମ ପାଇଁ ଏକ ଗର୍ବ ଓ ଗøରବର ବିଷୟ ଅଟେ । ପ୍ରାୟ ୫୦୦୦ ବର୍ଷ ପୁରୁଣା ଯୋଗ କୁ ମାନସିକ , ଶାରୀରିକ ଓ ଆଧ୍ୟତ୍ମିକ ପଦ୍ଧତି ଓ ଜନସାଧାରଣଙ୍କର ଜୀବନଚର୍ଚ୍ଚାର ଅଂଶ ବୋଲି ଗ୍ରହଣ କରାଯାଇଛି । ବୈଦିକ କାଳ , ପତଞ୍ଜଳି କାଳରେ ମଧ୍ୟ ଯୋଗର ଅବସ୍ଥିତି ଥିଲା । ବେଦ , ଉପନିଷଦ, ବିଭିନ୍ନ ଧର୍ମ ଗ୍ରନ୍ଥ ଆଦିରେ ଯୋଗ ବିଷୟରେ ଉଲ୍ଲେଖ ରହିଛି । ଏଥିରୁ ଜଣାପଡ଼ୁଛି ଯେ , ସଭ୍ୟତା ଆରମ୍ଭରୁ ହିଁ ଯୋଗ ର ଉପସ୍ଥିତି ଅଛି ।
ବର୍ଷ ୨୦୧୪ ସେପ୍ଟେମ୍ବର ୨୭ ତାରିଖରେ ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୧ ଜୁନ ଅନ୍ତର୍ଜାତୀୟ ଯୋଗ ଦିବସ ଭାବରେ ପାଳନ କରିବାକୁ ପ୍ରସ୍ତାବ ଦେଇଥିଲେ । ୧୯୩ ସଦସ୍ୟ ବିଶିଷ୍ଟ ସଂଯୁକ୍ତ ରାଷ୍ଟ୍ର ମହାସଭାକୁ ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରସ୍ତାବ ପସନ୍ଦ ଆସିଥିଲା । ମାତ୍ର ୯୦ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏହି ପ୍ରସ୍ତାବ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ଗୃହୀତ ହୋଇଥିଲା । ତାପରେ ୨୧ ଜୁନ ୨୦୧୫କୁ ପ୍ରଥମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିଲା ।

ପୁରା ବିଶ୍ୱରେ ଏହି ଦିନରେ ଫାଇଦା ବିଷୟରେ ଜଣାଇବା ପାଇଁ ଏହି ଦିନ ପ୍ରଶିକ୍ଷଣ ଶିବିର , ଯୋଗ ପ୍ରତିଯୋଗିତା ଏବଂ ସାମୁହିକ ଯୋଗ ଅଭ୍ୟାସ ମଧ୍ୟ କରାଯାଇଥାଏ । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆରମ୍ଭ ହୋଇଥିବା ଏହି ଯୋଗ ଦିବସରେ ପ୍ରଧାନମନ୍ତ୍ରୀ ନିଜେ ମଧ୍ୟ ଯୋଗଦାନ ଦେଇଥାନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking