28.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶ‘୧୦୦୦ କୋଟି ଜୋରିମାନା ଦେବାକୁ ପ୍ରସ୍ତୁତ’

‘୧୦୦୦ କୋଟି ଜୋରିମାନା ଦେବାକୁ ପ୍ରସ୍ତୁତ’

ହରିଦ୍ୱାର: ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ପତଞ୍ଜଳି ମାଲିକ ବାବା ରାମଦେବ ବୁଧବାର ନିଜର ପ୍ରତିକ୍ରିୟା ରଖିଛନ୍ତି । ପତଞ୍ଜଳି ପକ୍ଷରୁ କୌଣସି ବିଭ୍ରାନ୍ତିକର ବିଜ୍ଞାପନ ପ୍ରକାଶ କରାଯାଉନାହିଁ । ତେବେ ଯୋଗ ଓ ଆୟୁର୍ବେଦର ଲୋକପ୍ରିୟତାରେ ଅସହିଷ୍ଣୁ ହେଇ କେତେକ ଡାକ୍ତର ଏଭଳି ଅପପ୍ରଚାର ଚଳାଇଥିବା ରାମଦେବ ପାଲଟା ଅଭିଯୋଗ କରିଛନ୍ତି । ପତଞ୍ଜଳିକୁ ବଦନାମ କରିବାକୁ ଏମାନେ ଚକ୍ରାନ୍ତ କରୁଥିବା ସେ କହିଛନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ରାମଦେବ କହିଛନ୍ତି ଯଦି ଆମେ ଦୋଷୀସାବ୍ୟସ୍ତ ହେବୁ, ତାହାହେଲେ ଆମ ଉପରେ ୧୦୦୦ କୋଟି ଟଙ୍କାର ଜୋରିମାନା ଲାଗୁ କରାଯାଉ ବୋଲି ସେ ଆହ୍ୱାନ ଦେଇଛନ୍ତି । କମ୍ପାନୀର ସମ୍ମାନ ଓ ସ୍ୱାଭିମାନ ରକ୍ଷା କରିବାକୁ ସୁପ୍ରିମ୍‌କୋର୍ଟ ଯିବୁ ବୋଲି ରାମଦେବଙ୍କ ସମେତ ପତଞ୍ଜଳି ମୁଖ୍ୟ ଆଚାର୍ଯ୍ୟ ବାଲକ୍ରିଷ୍ଣା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking