40.1 C
Bhubaneswar
Friday, May 3, 2024
Homeଓଡିଶାଜାତୀୟ ପତାକା କୁ ଅସମ୍ମାନ

ଜାତୀୟ ପତାକା କୁ ଅସମ୍ମାନ

 

ରାୟଗଡା : ଜାତୀୟ ଦିବସରେ ଦେଶର ସର୍ବୋଚ୍ଚ ,ଗର୍ବ ଓ ଗୌରବ ର ପ୍ରତୀକ ତ୍ରିରଙ୍ଗା ପତାକା କୁ  ଅସମ୍ମାନ । ଖୋଦ ଏକ ବିଦ୍ୟାଳୟରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ କୁଲୁସିଂ ନିକଟସ୍ଥ ଡେଙ୍ଗିନୀ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ପତାକା ଓଲଟା ଉଡି ଥିବା ଦେଖିବାକୁ ମିଳିଛି । ଚଳିତ ବର୍ଷ କୋଭିଡ କଟକଣା ଲାଗୁ ଯୋଗୁଁ ପିଲାଙ୍କୁ ବିଦ୍ୟାଳୟ ଯିବାକୁ ମନା କରାଯାଇଛି । ତେବେ ଦାୟିତ୍ବ ରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀ କିଭଳି ଏତେ ବଡ ଭୁଲ କରି ବସିଛନ୍ତି ତାହା ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପିଲାଙ୍କୁ ଶିକ୍ଷା ଦେଉଥିବା ଶିକ୍ଷକ ଶିକ୍ଷୟିତ୍ରୀ ଯଦି ଜାତୀୟ ପତାକା ର ସଂମାନ , ମର୍ଯ୍ୟାଦା ଓ ବ୍ୟବହାର ଶିଖି ନାହାନ୍ତି ତେବେ ପିଲାଙ୍କୁ କିଭଳି ଶିକ୍ଷାଦାନ କରୁଥିବେ ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି । ତୁରନ୍ତ ଶିକ୍ଷା ବିଭାଗ ଓ ପ୍ରଶାସନ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ ସହ ପ୍ରଥମେ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଏଦିଗରେ ସଚେତନ କରିବା ଜରୁରୀ ହୋଇ ପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking