ରାୟଗଡା: ଆଜି ନକ୍ସଲ ସଂଗଠନ ତରଫରୁ ରାୟଗଡା ଜିଲ୍ଲା ବନ୍ଦ୍ ଡାକରା ଦିଆଯାଇଛି । ରାୟଗଡା ଜିଲ୍ଲା ର ଚନ୍ଦ୍ରପୁର ବ୍ଲକ୍ ର ହନୁମନ୍ତପୂର ନିକଟସ୍ଥ ପାଙ୍କାଲଗୁଡ଼ି ଠାରେ ରାଜ୍ୟ ରାଜପଥ ରେ ଗଛ କାଟି ରାସ୍ତା ଅବରୋଧ କରିଛନ୍ତି । ଯାହାଫଳରେ ଚନ୍ଦ୍ରପୁର କୁ ଗମନାଗମନ ବାଧା ପ୍ରାପ୍ତ ହୋଇଛି । ସେଠାରେ ସେମାନେ ପୋଷ୍ଟର ଛାଡ଼ି ଚାଲିଯାଇଛନ୍ତି । ବଂଶଧାରା-ଘୁମୁସର ନାଗାବଳୀ ଡିଭିଜନ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି। ଆଜି ବି ଗରିବ ଲୋକେ ଶିକ୍ଷା,ସ୍ବାସ୍ଥ୍ୟ, ଆବାସ ଯୋଜାନା ପାଇବାରୁ ବଞ୍ଚିତ ଥିବା ଉଲ୍ଲେଖ ରହିଛି । ବେକାରୀ ଭତ୍ତା ୩୦୦୦ ଟଙ୍କାଓ ବର୍ଦ୍ଧକ ଭତ୍ତା ୩୦୦୦ଦେବାକୁ ଦାବି କରାଯାଇଛି। ଅଡିଓ ଟେପ୍ ଜରିଆରେ ମାଓବାଦୀମାନେ ଆଜି ୭ଟି ଜିଲ୍ଲା ବନ୍ଦ ଡାକରା ଦେଇଥିଲେ।