କଳାହାଣ୍ଡି: ବିବାହିତା ମହିଳାଙ୍କୁ ଟେକିନେଇ ୩ ଅଭିଯୁକ୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଭବାନୀପାଟଣା ସଦର ଥାନାରେ ଏନେଇ ମାମଲା ରୁଜୁ କରାଯିବା ପରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।
ସୂଚନା ଅନୁସାରେ, ଗୋଆରେ ଦାଦନ ଖଟୁଥିବା ସ୍ୱାମୀ ସାଥି ଶ୍ରମିକଙ୍କ ହାତରେ ସ୍ତ୍ରୀଙ୍କ ନିକଟକୁ ଟଙ୍କା ପଠାଇ ଥିଲେ । ଟଙ୍କା ଦେବା ବାହାନାରେ ବିବାହିତା ମହିଳାଙ୍କୁ ଜୁନାଗଡ଼ ଥାନା ଗୋବରା ନାଳରେ ଟେକି ନେଇ ୩ ଅଭିଯୁକ୍ତ ଝାସକେତନ ନାଗ ,ଲକ୍ଷ୍ମୀକାନ୍ତ ନାଗ, କିଶୋର ଚନ୍ଦ୍ର ମହାଳିକ ଜୋରଜବରଦସ୍ତ ଦୁଷ୍କର୍ମ ପରେ ପୋଲିସ ରେ ଅଭିଯୋଗ ନ କରିବାକୁ ଧମକ ଦେଇ ଛାଡ଼ିଦେଇ ଥିବା ପୀଡିତା ଥାନା ରେ ଅଭିଯୋଗ କରିଛନ୍ତି । ପୀଡିତା ଦେଇଥିବା ଲିଖିତ ଏତଲା ରେ ତଲମଲା ଗାଁ ର ଝାସକେତନ ନାଗ ଗୋଆରୁ ସ୍ୱାମୀ ପଠେଇ ଥିବା କିଛି ସାମଗ୍ରୀ ଏବଂ ୧୦୦୦ ଟଙ୍କା ଘରକୁ ଆଣିଦେଇ ଥିଲେ ବାକି କିଛି ଟଙ୍କା ଏଟିଏମରୁ ଉଠାଣ ବାହାନା କରି ଗୋବରା ଛକ ଠାରେ ଅନ୍ୟ ଦୁଇ ଅଭିଯୁକ୍ତ ଙ୍କୁ ଫୋନ ଯୋଗେ ଡାକି ତିନି ଅଭିଯୁକ୍ତ ନାଳକୁ ଟେକିନେଇ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି । ପୀଡିତା ମହିଳା ଭବାନୀପାଟଣା ସଦର ଥାନା ରେ ଏତଲା ପରେ ପୋଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରି ପୀଡିତା ଓ ଅଭିଯୁକ୍ତଙ୍କ ଡାକ୍ତରୀମାଇନା କରିଛି । ଧାରା ୩୭୬ , ୩୯୪,୨୯୪,୫୦୬, ୩୪ ଆଇପିସି ରେ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି ।