ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ବଣିତ ଅଞ୍ଚଳରୁ ଆସିଛି ଅଭାବନୀୟ ଚିତ୍ର। ଜଣେ ବିବାହିତା ମହିଳାଙ୍କୁ ଲିଫ୍ଟ ଦେବା ନାଁରେ କରାଯାଇଛି ଗଣଦୁଷ୍କର୍ମ । ଏ ନେଇ ତିର୍ତ୍ତୋଲ ଥାନାରେ ପୀଡିତା ଜଣଙ୍କ ଅଭିଯୋଗ କରିଛନ୍ତି ।ଅଭିଯୋଗ ଅନୁଯାୟୀ, ଚଳିତ ମାସ ୧ ତାରିଖ ଦିନ ସମ୍ପୃକ୍ତ ମହିଳା ମଧ୍ୟାହ୍ନ ସମୟରେ ରାହମା ବଜାରରେ ବସକୁ ଅପେକ୍ଷା କରି ଛିଡା ହୋଇଥିଲେ। ଏହି ସମୟରେ ତିନି ଜଣ ଯୁବକ ତାଙ୍କୁ ଲିଫ୍ଟ ଦେବାକୁ କହି ଏକ କାର୍ ଭିତରେ ପାରାଦୀପ ଆଡ଼କୁ ନେଇଯାଇଥିଲେ ।
ତାଙ୍କୁ ନିଶା ଦେଇ ଅଚେତ କରିବା ପରେ ଅଠରବାଙ୍କୀ ନିକଟରେ ଏକ ଟ୍ରକ ଡାଲାର ଗଣଦୁଷ୍କର୍ମ କରିଥିଲେ। ପରେ ଏ ନେଇ କାହାରିକୁ କହିଲେ ଜୀବନରେ ମାରିଦେବା ସହ ଅଶ୍ଲୀଳ ଫଟୋକୁ ଭାଇରାଲ କରିଦେବାକୁ ଧମକ ଦେଇଥିଲେ । ଫଳରେ ଭୟଭୀତ ହୋଇ ପୀଡିତା ଜଣଙ୍କ କାହକୁ ଜଣାଇ ନ ଥିଲେ । କିନ୍ତୁ ଗତ ୨୬ତାରିଖ ଦିନ ସ୍ବାମୀଙ୍କ ସହ ଆସି ତିନି ଅଭିଯୁକ୍ତଙ୍କ ନାଁରେ ତିର୍ତ୍ତୋଲ ଥାନାରେ ଅଭିଯୋଗ କରିଛନ୍ତ । ଅଭିଯୋଗ ପାଇବା ପରେ ତିର୍ତ୍ତୋଲ ପୁଲିସ ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ କହିଛନ୍ତି ।