30.1 C
Bhubaneswar
Friday, May 3, 2024
Homeବଲିଉଡବିଗ୍ ବଜେଟରେ ପ୍ରସ୍ତୁତି ଚାଲିଛି ରଣବୀରଙ୍କ ଫିଲ୍ମ

ବିଗ୍ ବଜେଟରେ ପ୍ରସ୍ତୁତି ଚାଲିଛି ରଣବୀରଙ୍କ ଫିଲ୍ମ

ନୂଆଦିଲ୍ଲୀ : ବଲିଉଡର ଜଣେ ପ୍ରସିଦ୍ଧ ତାରକା ରଣବୀର ସିଂ । ସେ ଦର୍ଶକଙ୍କୁ ଭେଟି ଦେଇଛନ୍ତି ପଦ୍ମାବତୀ , ବାଜିରାଓ ମସ୍ତାନୀ ଭଳି ଅନେକ ହିଟ୍ ଫିଲ୍ମ । ତାଙ୍କ ଅଭିନୟ ଜାଦୁରେ ସେ ପ୍ରତ୍ୟେକଟି ଦର୍ଶକଙ୍କ ହୃଦୟ ଜିଣି ପାରିଛନ୍ତି । ଦେଖିବାକୁ ମିଳିଛି ରଣବୀର ଏବେ ସୁଟିଂସେଟରେ ବହୁ ବ୍ୟସ୍ତ ରହୁଛନ୍ତି । ଡନ-୩ ଏବଂ ସିଂଙ୍ଘମ ଆଏଙ୍ଗେ ଭଳି ଫିଲ୍ମରେ ସେ ଆଗକୁ ନଜର ଆସିବେ । ବର୍ତ୍ତମାନ ଡନ-୩ ର ସୁଟିଂ ଜାରି ରହିଛି ଯାହା ମାର୍ଚ୍ଚ ୨୦୨୫ ରେ ଶେଷ ହେବ ବୋଲି ଅନୁମାନ କରାଯାଇଛି । ସେହିପରି ସିଂଙ୍ଘମ ଆଏଙ୍ଗେ ଫିଲ୍ମ  ୨୦୨୪ ରେ ମୁ୍‌କ୍ତିଲାଭ କରିବ । ଯେଉଁଥିରେ ଅଜୟ ଦେବଗନ ,ଅକ୍ଷୟ କୁମାର , କରିନା କପୁର ଏବଂ ଦିପୀକା ପାଦୁକୋନ ନଜର ଆସିବେ । ଆଗକୁ ରଣବୀରଙ୍କ ବଡ ବଜେଟରେ ନିର୍ମିତ ଶକ୍ତିମାନ ଚଳଚ୍ଚିତ୍ର  ୨୦୨୬ ରେ ରିଲିଜ ହେବା ନେଇ ଶୁଣିବାକୁ ମିଳୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking