27.1 C
Bhubaneswar
Wednesday, June 18, 2025
Homeଦେଶ ବିଦେଶଆସନ୍ତାକାଲିଠୁ ସମସ୍ତ ବିମାନ ବନ୍ଦରରେ ହେବ ରାଣ୍ଡମ କୋଭିଡ ଟେଷ୍ଟିଂ

ଆସନ୍ତାକାଲିଠୁ ସମସ୍ତ ବିମାନ ବନ୍ଦରରେ ହେବ ରାଣ୍ଡମ କୋଭିଡ ଟେଷ୍ଟିଂ

ନୂଆଦିଲ୍ଲୀ: କିଛି ଦିନର ବ୍ୟବଧାନ ପରେ ପୁଣି ଡରାଇବା ଆରମ୍ଭ କରିଛି କରୋନା। କୋଭିଡର ନୂଆ ଭାରିଆଣ୍ଟ ଏବେ ସମଗ୍ର ବିଶ୍ବ ପାଇଁ ଚିନ୍ତାର ବିଷୟ ପାଲଟିଛି। ଏହାର ମୁକାବମିଲା ପାଇଁ ଭାରତ ମଧ୍ୟ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଦେଇଛି। ପ୍ରଧାନମନ୍ତ୍ରୀ ମାସ୍କ ପିନ୍ଧିବାକୁ ଓ ଟେଷ୍ଟିଙ୍ଗକୁ ଗୁରୁତ୍ବ ଦେଇଛନ୍ତି। ବିଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ କଡ଼ା ନଜର ରଖାଯିବ। ଆସନ୍ତାକାଲିଠୁ ସବୁ ବିମାନ ବନ୍ଦରରେ ରାଣ୍ଡମ ଟେଷ୍ଟିଂ ଆରମ୍ଭ ହେବ। ବିମାନରେ ଥିବା ମୋଟ ଯାତ୍ରୀଙ୍କ ମଧ୍ୟରୁ ୨ ପ୍ରତିଶତ ଯାତ୍ରୀଙ୍କ ଟେଷ୍ଟିଂ କରିବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ। କେଉଁ ଯାତ୍ରୀଙ୍କର ଟେଷ୍ଟିଂ ହେବ ତାହା ଏୟାର ଲାଇନ୍‌ସ ଜଣାଇବ। ବିଶେଷ କରି ଭିନ୍ନ ଭିନ୍ନ ଦେଶର ଯାତ୍ରୀଙ୍କ ନମୂନା ପରୀକ୍ଷା ହେବ। ଟେଷ୍ଟିଂ ପାଇଁ ନମୂନା ଦେବା ପରେ ଯାତ୍ରୀ ବିମାନ ବନ୍ଦର ଛାଡିବେ। ଯଦି କୌଣସି ଯାତ୍ରୀ ସଂକ୍ରମିତ ଥିବା ନେଇ ପଜିଟିଭ ରିପୋର୍ଟ ଆସେ ତାହା ଜିନୋମ ସିକ୍ୱେନ୍‌ସିଂ ପାଇଁ ପଠାଯିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking