28.1 C
Bhubaneswar
Sunday, September 8, 2024
Homeବଲିଉଡଖୁବ ଶୀଘ୍ର ଆସିବାକୁ ଯାଉଛି ରଣବୀର କପୁରଙ୍କ ଅଭିନୀତ ଫିଲ୍ମ 'ଆନିମଲ'

ଖୁବ ଶୀଘ୍ର ଆସିବାକୁ ଯାଉଛି ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ‘ଆନିମଲ’

ମୁମ୍ବାଇ : ଖୁବ ଶୀଘ୍ର ଆସିବାକୁ ଯାଉଛି ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ‘ଅନିମଲ’ । ଏହି ଫିଲ୍ମଟିର ଟ୍ରିଜର ରିଲିଜ ହୋଇସାରିଛି । ଟ୍ରିଜର ଟି ଦେଖିବା ହେବା ପରେ ଦର୍ଶକମାନଙ୍କର ଉତ୍ସାହ ବଢ଼ିଯାଇଛି । ଏଥିରେ ରଣବୀରଙ୍କୁ ଏକ ଭିନ୍ନ ଧରଣର ଭୂମିକାରେ ଦେଖା ଯାଇଛି । ଏହି ଫିଲ୍ମଟି ଥ୍ରୀଲର-ଆକ୍ସନ ପ୍ରସଙ୍ଗରେ ତିଆରି ହୋଇଛି । ଟ୍ରିଜର ଟି ରେ ରଣବୀରଙ୍କୁ ଆକ୍ସନ ମୋଡ଼ରେ ଦେଖା ଯାଇଛି । ସେଥିରେ ଏକା ରଣବୀର ୧୦୦ ଜଣ ଲୋକଙ୍କୁ ଏକା ମାରୁଥିବାର ଦେଖା ଯାଉଛି । ଏହି ଫିଲ୍ମ ଟିରେ ନିର୍ଦ୍ଦେଶନା ଦାୟିତ୍ୱ ରେ ରହିଛନ୍ତି  ସନ୍ଦୀପ ରେଡି ଭଙ୍ଗା । ଏହି ଫିଲ୍ମରେ ରଣବୀର କପୁର ପ୍ରଥମ ଥର ପାଇଁ ସାଉଥ ଇଣ୍ଡଷ୍ଟ୍ରିର ସୁନ୍ଦରୀ ନାୟିକା ରଶ୍ମିକା ମନ୍ଦାନାଙ୍କ ସଯ ସ୍କ୍ରିନ ସେୟାର କରିବେ । ଏହି ଫିଲ୍ମରେ ରଣବୀର ଏବଂ ରଶ୍ମିକାଙ୍କ ସମେତ ବବି ଦେଓଲ, ଅନିଲ କପୁର, ପରିଣୀତି ଚୋପ୍ରା, ସୌରଭ ଶୁକ୍ଲା ଙ୍କୁ ମୁଖ୍ୟ ଭୂମିକାରେ ଦେଖା ଯିବ । ଏହି ଫିଲ୍ମଟି ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲାମ ଭାଷାରେ ରିଲିଜ କରାଯିବ । ଡ଼ିସେମ୍ବର ୧ ରେ ଏହାକୁ ପ୍ରେକ୍ଷାଳୟ ଗୁଡିକରେ ରିଲିଜ କରାଯିବ । ଏହାପୁର୍ବରୁ ରଣବୀରଙ୍କୁ ‘ତୁ ଝୁଟି ମେ ମକ୍କାର’ ଫିଲ୍ମରେ ଦେଖାଯାଇଥିଲା । ତାଙ୍କ ସହ ସେହି ଫିଲ୍ମରେ ଶ୍ରଦ୍ଧା କପୁର ସ୍କ୍ରିନ ସେୟାର କରିଥିଲେ । ଫିଲ୍ମଟି ବକ୍ସ ଅଫିସରେ ସୁପର ହିଟ ହୋଇଥିଲା । ତେବେ ରଶ୍ମିକା ମନ୍ଦାନା ‘ଗୁଡ଼ବାଏ’ ଫିଲ୍ମରୁ ବଲିଉଡ ରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମଟି ବକ୍ସ ଅଫିସରେ ସଫଳ ହୋଇ ପାରିନଥିଲା । ତେବେ ଏହି ଫିଲ୍ମରୁ ରଶ୍ମିକାଦର୍ଶକମାନଙ୍କ ମନରେ ଜାଗା କରି ପାରିବେ ବୋଲି ଆଶା କରାଯାଉଛି । ରଣବୀର କାପୁରଙ୍କ ଫିଲ୍ମ କ୍ୟାରିଅର ର ଏହା ପ୍ରଥମ ଆକ୍ସନ ଫିଲ୍ମ ଯେଉଁଥିରେ ରଣବୀରଙ୍କୁ ଏମିତି ଏକ ଭିନ୍ନ ଧାରଣ ର ରୋଲ ରେ ଦେଖାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking