28.1 C
Bhubaneswar
Sunday, June 23, 2024
Homeଦେଶ ବିଦେଶମୋଦୀ କ୍ୟାବିନେଟରେ ସବୁଠୁ କମ୍ ବୟସ୍କ ସାଂସଦ ରାମମୋହନ ନାଇଡୁ

ମୋଦୀ କ୍ୟାବିନେଟରେ ସବୁଠୁ କମ୍ ବୟସ୍କ ସାଂସଦ ରାମମୋହନ ନାଇଡୁ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପରେ ଏବେ ଦେଶରେ ନୂଆ ସରକାର ‘ମୋଦୀ ୩.୦’ ର ଶପଥ ଗ୍ରହଣ ହୋଇସାରିଛି । ମୋଦୀଙ୍କ ସହିତ ତାଙ୍କ କ୍ୟାବିନେଟ୍ ମନ୍ତ୍ରୀମାନେ ମଧ୍ୟ ଶପଥ ନେଇଛନ୍ତି । ତେବେ ମେଣ୍ଟ ସରକାରରେ ନୂଆ ମୁହଁ ଦେଖିବାକୁ ମିଳିଛି । ଏହି ମନ୍ତ୍ରିମଣ୍ଡଳରେ ଏକ ଖାସ୍ ନାଁ ରହିଛି ଯାହାଙ୍କୁ ମୋଦୀ କ୍ୟାବିନେଟରେ ସ୍ଥାନ ମିଳିଛି । ଏହି ନୂଆ ଟିମରେ ସେ ସବୁଠାରୁ କମ୍ ବୟସର ମନ୍ତ୍ରୀ ହେବାକୁ ଯାଉଛନ୍ତି । ଆମେ କହୁଛୁ ରାମମୋହନ ନାଇଡୁଙ୍କ କଥା । ଲୋକସଭା ନିର୍ବାଚନ ୨୦୨୪ରେ କିଙ୍ଗମେକର ଭୂମିକାରେ ସାମ୍ନାକୁ ଆସିଥିବା ତେଲୁଗୁ ଦେଶମ ପାର୍ଟି(ଟିଡିପି)ର ନେତା ରାମ ମୋହନ ନାଇଡୁ କିଞ୍ଜରାପୁ ମୋଦୀ ସରକାର ୩.୦ରେ ସବୁଠାରୁ କମ୍ ବୟସର କ୍ୟାବିନେଟ୍ ମନ୍ତ୍ରୀ ହେବାକୁ ଯାଉଛନ୍ତି । ସେ ଚନ୍ଦ୍ରବାବୁ ନାଇଡୁଙ୍କ ବହୁ ନିକଟତର ବୋଲି କୁହାଯାଉଛି । ରାମ ମୋହନ ନାଇଡୁଙ୍କ ବୟସ ୩୬ ବର୍ଷ ଏବଂ ତାଙ୍କ ପିତା ଟିଡିପି ନେତା ୟେରନ ନାଇଡୁ ମଧ୍ୟ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରହିସାରିଛନ୍ତି । ନିର୍ବାଚନ ଆୟୋଗକୁ ଦିଆଯାଇଥିବା ହଲପନାମା ଅନୁସାରେ ରାମମୋହନ ନାଇଡୁଙ୍କ ସମୁଦାୟ ସମ୍ପତ୍ତି ୨୩.୩୦ କୋଟି ଟଙ୍କା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking