26.1 C
Bhubaneswar
Saturday, January 18, 2025
Homeନାରୀଶକ୍ତିସାମାଜିକ ସଂସ୍କାରକ ଥିଲେ ରମାଦେବୀ

ସାମାଜିକ ସଂସ୍କାରକ ଥିଲେ ରମାଦେବୀ

ନୂଆଦିଲ୍ଲୀ : ରମାଦେବୀ ଚୈାଧୁରୀ ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ତଥା ସାମାଜିକ ସଂସ୍କାରକ ଥିଲେ ।ଓଡିଶାର ଲୋକମାନେ ତାଙ୍କୁ ମା ବୋଲି ସମ୍ବୋଧନ କରୁଥିଲେ । ରମାଦେବୀ ୩ ଡିସେମ୍ବର ୧୮୯୯ ରେ ଜନ୍ମ ହୋଇଥିଲେ । ରମାଦେବୀଙ୍କ ନାମରେ ଭୁବନେଶ୍ୱରରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ରହିଛି । ୧୫ ବର୍ଷ ବୟସରେ ଡେପୁଟି କଲେକ୍ଟର ଗୋପବନ୍ଧୁ ଚୈାଧୁରୀଙ୍କୁ ବିବାହ କରିଥିଲେ । ଗୋପାଳବଲ୍ଲଭ ଦାସ ଓ ବସନ୍ତ କୁମାରୀ ଦେବୀଙ୍କ କନ୍ୟା ହେଉଛନ୍ତି ରମାଦେବୀ । ରମାଦେବୀ ହେଉଛନ୍ତି ମଧୁସୂଦନ ଦାସଙ୍କ ଭାଣେଜୀ । ରମାଦେବୀ ତାଙ୍କ ସ୍ୱାମୀଙ୍କ ସହ ୧୯୨୧ ରେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ । ସେ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଅଧିକ ପ୍ରଭାବିତ ହୋଇଥିଲେ । ମହିଳା ମାନଙ୍କୁ ସ୍ୱାଧୀନତା ଆନ୍ଦୋଳନରେ ଯୋଗଦେବାକୁ ଉତ୍ସାହିତ କରିବା ପାଇଁ ସେ ଗାଁ କୁ ଗାଁ ଯାଉଥିଲେ । ୧୯୨୧ ରେ ପ୍ରଥମ ଥର ମହାତ୍ମା ଗାନ୍ଧୀଙ୍କ ସାକ୍ଷାତ କରିଥିଲେ ରମାଦେବୀ । ୧୯୩୦ ରେ ଓଡିଶା ସ୍ତରରେ ଲବଣ ସତ୍ୟାଗ୍ରହ ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ରମାଦେବୀ । ୧୯୩୧ ରେ ଭାରତୀୟ ଜାତୀୟ କଂଗ୍ରେସ ର କରାଚି ଅଧିବେଶନରେ ଯୋଗ ଦେଇଥିଲେ । ୧୯୩୨ ରେ ହାଜିରାବାଗ ଜେଲ ରୁ ମୁକୁଳିବା ପରେ ସେ କଲ୍ୟାଣରେ ସକ୍ରିୟ ଭାବରେ ଜଡିତ ଥିଲେ । ଅସ୍ପୃଶ୍ୟତା ଦୂର କରିବା ପାଇଁ ସେ ଗାନ୍ଧୀଜୀଙ୍କ ନେତୃତ୍ୱ ରେ ଅସ୍ପୃଶ୍ୟତା ନିବାରଣ ସମିତି ଗଠନ କରିଥିଲେ । ଏହି ଅନୁଷ୍ଠାନର ନାମ ହରିଜନ ସେବା ସଂଗଠନ ର ନାମ ହେଲା । ୧୯୪୨ ର ଭାରତ ଛାଡିବା ସମୟରେ ରମା ଦେବୀଙ୍କ ପରିବାର ସଦସ୍ୟ ତାଙ୍କୁ ସ୍ୱାମୀ ଗୋପବନ୍ଧୁ ଚୈାଧୁରୀଙ୍କୁ ଗିରଫ କରାଯାଇଥିଲା । ୧୯୪୭ ମସିହା ସ୍ୱଧୀନତା ପରେ ରମା ଦେବୀ ଆଚାର୍ଯ୍ୟ ବିନୋବା ଭାବେଙ୍କ ଭୂ ଦାନ ଏବଂ ଗ୍ରାମ ଦାନ ଆନ୍ଦୋଳନ ରେ ଯୋଗ ଦେଇଥିଲେ । ୧୯୫୦ ରେ ଡମ୍ବୁରୁଗେଡା ଠାରେ ଆଦିବାସୀ କଲ୍ୟାଣ କେନ୍ଦ୍ର ପ୍ରତିଷ୍ଠା କରିଥିଲେ । କଟକ ଠାରେ ରମାଦେବୀ ପ୍ରାଥମିକ ବିଦ୍ୟାଳୟ , ଶିଶୁ ବିହାର , ଏକ କର୍କଟ ଡାକ୍ତରଖାନ ପ୍ରତିଷ୍ଠା କରିଥିଲେ । ୨୨ ଜୁଲାଇ ୧୯୮୫ ରେ ୮୫ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking