31.1 C
Bhubaneswar
Tuesday, June 10, 2025
Homeଅପରାଧରାକ୍ଷସ ସାଜିଲା ବାପା

ରାକ୍ଷସ ସାଜିଲା ବାପା

ହରିୟାଣା : ରାକ୍ଷସ ସାଜିଲା ବାପା ।ନିଜ ଝିଅକୁ ଗୁଳି କରି ବୀଭତ୍ସ ଭାବେ ହତ୍ୟା କରିଛନ୍ତି । ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟଣା ଘଟିଛି ହରିୟାଣାରେ । ହରିୟାଣାର ପାନିପଥରେ ସମଲଖାର ପାଟିକାଲୟାନା ଗ୍ରାମରେ ଜଣେ ବାପା ଅତି ନିର୍ମମ ଭାବେ ନିଜ ଝିଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ,ଅଭିଯୁକ୍ତ ଜଣକ ଘରକୁ ଆସି ଅତର୍କିତ ଭାବେ ଗୁଳି ଚଳାଇଥିଲେ । ସେହି ଗୁଳିମାଡ଼ର ଶିକାର ହୋଇଛି ତାଙ୍କ ଝିଅ। ଏହାପରେ ଚିକିତ୍ସା ପାଇଁ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କର ଜୀବନ ଯାଇଛି । ଏହି ଘଟଣା ବିଷୟରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ମୁତାବକ ପୋଲିସ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking