30.1 C
Bhubaneswar
Sunday, June 30, 2024
Homeଦେଶ ବିଦେଶରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍ ପାସ୍‌

ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍ ପାସ୍‌

ନୂଆଦିଲ୍ଲୀ: ରାଜ୍ୟସଭାରେ ଗୃହୀତ ହୋଇଛି ମହିଳା ମାନଙ୍କୁ ସଂରକ୍ଷଣ ପ୍ରଦାନ କରୁଥିବା ‘ନାରୀଶକ୍ତି ବନ୍ଦନା ବିଲ୍ ୨୦୨୩’ । ବିଲର ସମର୍ଥନରେ ୨୧୫ଟି ଭୋଟ ପଡ଼ିଥିବାବେଳେ ବିପକ୍ଷରେ କୌଣସି ଭୋଟ ପଡ଼ିନଥିଲା ବୋଲି ଭୋଟିଂ ପରେ ରାଜ୍ୟସଭା ସଭାପତି ଜଗଦୀପ ଧନକର କହିଛନ୍ତି । ଏହି ବିଲ ଗତକାଲି ଲୋକସଭାରେ ଗୃହୀତ ହୋଇଥିଲା । ଉଭୟ ଲୋକସଭା ଓ ରାଜ୍ୟସଭାରେ ଗୃହୀତ ହେବା ପରେ ଏବେ ଏହି ବିଲକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ବିଲଟି ଆଇନରେ ପରିଣତ ହେବ ।

ଭୋଟିଂ ପୂର୍ବରୁ ଏହି ବିଲ ଉପରେ ରାଜ୍ୟସଭାରେ ବିତର୍କ ହୋଇଥିଲା । ବିତର୍କରେ ଭାଗ ନେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହି ବିଲ୍ ଉପରେ ଦୁଇ ଦିନ ଧରି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚାଲିଛି । ସମସ୍ତ ସହଯୋଗୀ ଅର୍ଥପୂର୍ଣ୍ଣ ଆଲୋଚନା କରିଛନ୍ତି । ଭବିଷ୍ୟତରେ ମଧ୍ୟ ଏହି ଆଲୋଚନାର ପ୍ରତିଟି ଶବ୍ଦ ଆମ ଯାତ୍ରାରେ ଉପଯୋଗୀ ହେବାକୁ ଯାଉଛି । ଏହି ବିଲକୁ ସମର୍ଥନ କରିଥିବାରୁ ମୁଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି । ପ୍ରଧାନମନ୍ତ୍ରୀଙ୍କ ପୂର୍ବରୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଥିଲେ ଯେ ମହିଳା ସଂରକ୍ଷଣ ବିଲରେ ଓବିସିମାନଙ୍କୁ ସଂରକ୍ଷଣ ଦିଆଯାଉ । ଯଦି ବିଲରେ ଏପରି ବ୍ୟବସ୍ଥା ନାହିଁ ତେବେ ସଂଶୋଧନ କରାଯାଉ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking