29.1 C
Bhubaneswar
Tuesday, July 2, 2024
Homeମନୋରଞ୍ଜନରାଜୁୁ ଶ୍ରୀବାସ୍ତବଙ୍କ ସେନ୍‌ସ ଫେରିଲା

ରାଜୁୁ ଶ୍ରୀବାସ୍ତବଙ୍କ ସେନ୍‌ସ ଫେରିଲା

ମୁମ୍ବାଇ : ଦୀର୍ଘ ୧୫ ଦିନ ପରେ ଆଖି ଖୋଲିଲେ କମେଡିଆନ ରାଜୁ ଶ୍ରୀବାସ୍ତବ । ୧୫ ଦିନ ପରେ ଚେତା ଫେରିଥିବା ନେଇ ମିଳିଲା ସୂଚନା । ରାଜୁଙ୍କ ସ୍ୱାସ୍ଥ୍ୟବସ୍ଥା ସୁଧୁରିଥିବା ବ୍ୟକ୍ତିଗତ ସଚିବ ଗର୍ବିତ ନାରଙ୍ଗଙ୍କ ସୂଚନା । ଅଗଷ୍ଟ ୧୦ ତାରିଖ ଦିନ ଅସୁସ୍ଥ ହୋଇ ଏମସ ରେ ଭର୍ତ୍ତି ହୋଇଥିଲେ ରାଜୁ ।
ରାଜୁ ଶ୍ରୀବାସ୍ତବଙ୍କ ପିଆରଓ ଏବଂ ପରାମର୍ଶଦାତା ଅଜିତ ସକ୍ସେନା ହାସ୍ୟ ଅଭିନେତାଙ୍କ ସ୍ୱାସ୍ଥ୍ୟ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି- ‘ରାଜୁ ଶ୍ରୀବାସ୍ତବ ସକାଳ ୮.୧୦ ରେ ଚେତା ଫେରି ପାଇଛନ୍ତି।’ ରାଜୁ ଚେତା ଫେରି ଆସିବା ପରେ ହାସ୍ୟ ଅଭିନେତାଙ୍କ ପରିବାରର ମୁହଁରେ ହସ ଫେରି ଆସିଛି। ରାଜୁଙ୍କର ସମସ୍ତ ପ୍ରଶଂସକ ଯେଉଁମାନେ ତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଥିଲେ ସେମାନେ ମଧ୍ୟ ଏହି ଖବର ଶୁଣିବା ପରେ ଆଶ୍ବସ୍ତି ଅନୁଭବ କରିଛନ୍ତି । ରିପୋର୍ଟ ଅନୁସାରେ, ରାଜୁ ଜିମରେ ବ୍ୟାୟାମ କରୁଥିବା ବେଳେ ତାଙ୍କୁ ହାର୍ଟ ଆଟାକ୍ ଆସିଥିଲା । ଏମ୍ସରେ ଡାକ୍ତରୀ ଟିମ୍ ତାଙ୍କୁ ଭଲ କରିବାରେ ଲାଗିପଡ଼ିଛନ୍ତି । ଏହି ଖବର ଶୁଣି ରାଜୁଙ୍କ ଫ୍ୟାନ୍ସମାନେ ଭାଙ୍ଗି ପଡ଼ିଛନ୍ତି ଓ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking