28.1 C
Bhubaneswar
Wednesday, June 18, 2025
Homeଦେଶ ବିଦେଶଆରପାରିରେ ରାଜୁ ପଞ୍ଜାବୀ

ଆରପାରିରେ ରାଜୁ ପଞ୍ଜାବୀ

ନୂଆଦିଲ୍ଲୀ: ଦେଶୀ ଦେଶୀ ନା ବୋଲା କରୋ ଛୋରୀ ରେ’ ଗୀତର ଗାୟକ ରାଜୁ ପଞ୍ଜାବୀ ଆଜି ପରଲୋକ ତ୍ୟାଗ କରିଛନ୍ତି। ଦୀର୍ଘ ଦିନ ଧରି ରାଜୁ ହସପିଟାଲରେ ଚିକିତ୍ସିତ ଥିବା ବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି। ହରିୟାଣାର ଜଣେ ଲୋକପ୍ରିୟ ଗାୟକ ଭାବରେ ରାଜୁ ଉତ୍ତର ଭାରତରେ ବେଶ୍ ଲୋକପ୍ରିୟତା ହାସଲ କରିଛନ୍ତି। ତାଙ୍କ ମୃତ୍ୟୁ ଏବେ ତାଙ୍କ ଫ୍ୟାନ୍ସଙ୍କୁ ସ୍ତବ୍ଧ କରି ଦେଇଛି।

କିଛି ଦିନ ହେବ ଜଣ୍ଡିସ ରୋଗରେ ପୀଡିତ ଥିଲେ ରାଜୁ ପଞ୍ଜାବୀ। ତେଣୁ ପରିବାର ଲୋକେ ତାଙ୍କୁ ହସପିଟାଲରେ ଭର୍ତ୍ତି କରିଥିଲେ। ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଦେଖାଯିବାରୁ ତାଙ୍କୁ ହସ୍ପିଟାଲରୁ ଘରକୁ ସ୍ଥାନାନ୍ତର କରାଯାଇଥିଲା।ମାତ୍ର ହଠାତ୍ ସ୍ୱାସ୍ଥ୍ୟରେ ଅବନତି ଦେଖାଯିବାରୁ ତାଙ୍କୁ ପୁଣି ଥରେ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

ମାତ୍ର ୪୦ ବର୍ଷ ବୟସରେ ତାଙ୍କର ମୃତ୍ୟୁ ପରିବାର ଓ ଫ୍ୟାନ୍ସଙ୍କୁ ଏକ ଝଟକା ଦେଇଛି। ତାଙ୍କର ୩ ଝିଅ ଓ ସ୍ତ୍ରୀଙ୍କ ପାଇଁ ଏହା ଏକ କଷ୍ଟକର ସମୟ ବୋଲି କୁହାଯାଉଛି। ତେବେ ରାଜୁ କେବଳ ହରିୟାଣିବି ଭାଷାରେ ନୁହେଁ ବରଂ ପଞ୍ଜାବି ଓ ରାଜସ୍ଥାନୀ ଭାଷାରେ ଅନେକ ସୁପରହିଟ୍ ଗୀତ ଗାଇଛନ୍ତି। ରାଜୁ ଏବଂ ସପନା ଚୌଧୁରୀଙ୍କ ଏକା ସାଙ୍ଗରେ ଅନେକ ଲୋକପ୍ରିୟ ମ୍ୟୁଜିକ୍ ଭିଡିଓରେ ମଧ୍ୟ ନଜର ଆସିଛନ୍ତି। ରାଜୁ ପଞ୍ଜାବୀଙ୍କ ଶେଷ ଗୀତ ଅଗଷ୍ଟ ୧୨ ତାରିଖରେ ରିଲିଜ ହୋଇଥିଲା। ହସପିଟାଲରେ ଆଡମିଟ୍‌ ଥିବା ବେଳେ ସେ ଏହି ଗୀତ ରିଲିଜ କରିଥିଲେ । ଆଜି ହିସାରରେ ରାଜୁଙ୍କର ଅନ୍ତିମ ସଂସ୍କାର କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking