18.1 C
Bhubaneswar
Saturday, November 23, 2024
Homeଆଇପିଏଲ୍‌-୨୦୨୩ଆଇପିଏଲ : ଦିଲ୍ଲୀକୁ ୫୭ରନରେ ହରାଇଲା ରାଜସ୍ଥାନ

ଆଇପିଏଲ : ଦିଲ୍ଲୀକୁ ୫୭ରନରେ ହରାଇଲା ରାଜସ୍ଥାନ

ଗୌହାଟୀ : ଗୌହାଟୀରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୧୧ତମ ମ୍ୟାଚରେ ଦିଲ୍ଲୀକୁ ୫୭ ରନରେ ପରାସ୍ତ କରିଛି ରାଜସ୍ଥାନ । ୩ଟି ମ୍ୟାଚରେ ଏହି ଦିଲ୍ଲୀର ୩ୟ ପରାଜୟ । ରାଜସ୍ଥାନ ଦ୍ୱାରା ରଖାଯାଇଥିବା ୨୦୦ ରନର ଟାର୍ଗେଟର ଜବାବରେ ଦିଲ୍ଲୀ ୨୦ ଓଭରରେ ୯ ୱିକେଟ ହରାଇ ୧୪୨ରନ କରିପାରିଥିଲା । ଦଳ ପକ୍ଷରୁ ଅଧିନାୟକ ଡେଭିଡ୍ ୱାର୍ନର ସର୍ବାଧିକ ୬୫ରନ କରିଥିବାବେଳେ ଲଲିତ ଯାଦବ ୩୮ରନ କରିଥିଲେ। କିନ୍ତୁ ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିଲେ ।

ରାଜସ୍ଥାନ ପକ୍ଷରୁ ଟ୍ରେଣ୍ଟ ବୋଲଟ ଓ ଯୁଜବେନ୍ଦ୍ର ଚହଲ ୩ଟି ଲେଖାଏଁ ୱିକେଟ ନେଇଥିଲେ । ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ରାଜସ୍ଥାନ ପକ୍ଷରୁ ବ୍ୟାଟିଂ ଓପନ କରିଥିବା ଜୟସ୍ୱାଲ ଓ ବଟଲର ଆରମ୍ଭରୁ ହିଁ ଆତସି ବ୍ୟାଟିଂ ଆରମ୍ଭ କରିଦେଇଥିଲେ । ଖଲିଲ ଅହମ୍ମଦଙ୍କ ପ୍ରଥମ ଓଭରରେ ଜୟସ୍ୱାଲ ୫ଟି ଚୌକା ମାରି ୨୦ ରନ ସଂଗ୍ରହ କରିଥିଲେ । ଉଭୟ ବ୍ୟାଟ୍ସମ୍ୟାନ ପ୍ରଥମ ୱିକେଟ ଯୋଡ଼ିରେ ୯୮ରନ ଯୋଗ କରିଥିଲେ ।

ଜୟସ୍ୱାଲ ୬୦ରନ କରି ଆଉଟ ହୋଇଥିବାବେଳେ ବଟଲର ନିଜର ବ୍ୟାଟିଂ ଜାରି ରଖି ୭୯ରନ କରିଥିଲେ । ଶେଷ ବେଳକୁ ସିମରନ ହେଟମେୟର ମଧ୍ୟ ବିସ୍ଫୋରକ ବ୍ୟାଟିଂ କରି ୩୯ରନ କରିଥିଲେ । ତେବେ ଅଧିନାୟକ ସଂଜୁ ସାମସନ ଓ ରିୟାନ ପରାଗ ବିଫଳ ହୋଇଥିଲେ । ଦିଲ୍ଲୀ ପକ୍ଷରୁ ମୁକେଶ କୁମାର ୨ଟି ୱିକେଟ ନେଇଥିବାବେଳେ କୁଳଦୀପ ଯାଦବ ଓ ରଭମାନ ପାୱେଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking