29.1 C
Bhubaneswar
Thursday, April 24, 2025
Homeଓଡିଶାଗିରଫ ହେଲେ ରାଜା ଚକ୍ର  

ଗିରଫ ହେଲେ ରାଜା ଚକ୍ର  

କେନ୍ଦୁଝର : ଗିରଫ ହେଲେ ରାଜା ଚକ୍ର । ବିଜେଡି  ନେତା ରାଜା ଚକ୍ରଙ୍କୁ ଗିରଫ କରାଯାଇଛି । ରାଜା ଚକ୍ରଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଟିମ । ପ୍ରେସମିଟରେ କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି । ରାଜା ଟକ୍ରଙ୍କ ନାଁରେ ୧୪ଟି ମାମଲା ରହିଥିବା ବେଳେ ସେ ତଦନ୍ତରେ ଅସହଜ କରୁଛନ୍ତି ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ସବୁ ତଥ୍ୟ ପ୍ରମାଣକୁ ଆଧାର କରି କ୍ରାଇମବ୍ରାଞ୍ଚ  ତାଙ୍କୁ ଗିରଫ କରାଯାଇଛି ।  ତାଙ୍କ ସହେଯାଗୀ ପତ୍ନୀ ମଧ୍ୟ ଟାର୍ଗେଟରେ ରହିଛନ୍ତି । ରାଜାଙ୍କ ନାଁ ଅପରାଧିକ ଶାଖାରେ ଗୋଟିଏ ମାମଲା ସମେତ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଥାନାରେ ୨୦୧୨ରୁ ୨୦୨୫ ମସିହା ମଧ୍ୟରେ ୧୪ଟି ମାମଲା ରୁଜୁ ହୋଇଥିଲା । ଏବଂ ତଦନ୍ତରେ ସାମାନ୍ୟ ସହେଯାଗ କରୁନଥିଲେ ।

ଆଶା କରାଯାଉଛି ଯେ ଗିରଫ ପରେ  ପୋଲିସ ପକ୍ଷରି ଅନେକ ବିସ୍ଫୋରକ ତଥ୍ୟ ଆହୁରି ମିଳିପାରେ ଏବଂ ରାଜାଙ୍କ ପତ୍ନୀଙ୍କ ଆକାଉଣ୍ଟକୁ ୧ କୋଟି ୫୫ ଲକ୍ଷ  ୯୫ ହଜାର ୬୨୫ ଟଙ୍କାର  ସନ୍ଦେହ ଜନକ ଟ୍ରାନ୍ସଫର ମଧ୍ୟ  ବେଶ ଅଡୁଆ ବଢାଇଛି । ୧୪ଟି ଗାଁରେ ସିଏସଆର ଅର୍ଥକୁ ଖର୍ଚ୍ଚ ନକରି ନିଜେ ଚଳୁ  କରି ଦେଇଥିବା ପ୍ରମାଣ ମଧ୍ୟ କେନ୍ଦୁଝର ସଦର ଓ ବାଂଶୁପାଳ  ବ୍ଲକର ବିଡିଓ ଙ୍କ ସମେତ ଓଏମସିର ଗନ୍ଧମାର୍ଦ୍ଦମ ଆଞ୍ଚଳିକ କାଯ୍ୟାଳୟର ଲିଖିତ ଭାବେ ଦେଇଛି । କେବଳ ଏତିକି ନୁହେଁ , ଏକାଧିକ ଅଭିଯୋଗ ତାଙ୍କ ନାଁରେ ରହିଛି । ରାଜା ଚକ୍ର ଏବଂ ତାଙ୍କ ସହେଯାଗୀ ମାନେ ଛତ୍ରଛାୟାରେ ରହି ଅନେକ ପ୍ରକାର ଦୁର୍ନୀତି କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking