24.1 C
Bhubaneswar
Thursday, October 24, 2024
Homeଦେଶ ବିଦେଶଆରଜେଡି ସାଂସଦଙ୍କ ଘରେ ଆୟକର ଚଢଉ

ଆରଜେଡି ସାଂସଦଙ୍କ ଘରେ ଆୟକର ଚଢଉ

ପାଟନା : ଆୟକର ବିଭାଗ ପକ୍ଷରୁ ବୁଧବାର ବିହାର ଆରଜେଡି ସାଂସଦ ଅହମ୍ମଦ ଆଶଫାକ୍ କରିମଙ୍କ ବିଭିନ୍ନ ବାସସ୍ଥାନ ଓ କାର୍ଯ୍ୟାଳୟ ଉପରେ ଚଢଉ କରାଯାଇଛି । କରିମ ବର୍ତ୍ତମାନ ରାଜ୍ୟସଭା ସାଂସଦଭାବେ କାର୍ଯ୍ୟ କରୁଛନ୍ତି । କରିମ୍ କଟିହାର ସହରରେ ଥିବା ଅଲ୍ କରିମ୍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ହୋଇଥିବାବେଳେ ଏହାର କୁଳପତି ଦାୟିତ୍ୱ ମଓଧ୍ୟ ତୁଲାଉଛନ୍ତି । ଅଲ୍ କରିମ୍ ଏଡୁକେସନାଲ ଟ୍ରଷ୍ଟ ଅଧୀନରେ ଅଲ୍ କରିମ ବିଶ୍ୱବିଦ୍ୟାଳୟ ଏବଂ କଟିହାର ମେଡିକାଲ କଲେଜ କାର୍ଯ୍ୟ କରୁଛି । ଏହାବ୍ୟତୀତ କରିମ୍ ଏକ ପାରାମେଡିକାଲ କଲେଜ ଏବଂ ମ୍ୟାନେଜମେଣ୍ଟ କଲେଜର ମଧ୍ୟ ଟ୍ରଷ୍ଟି ରହିଛନ୍ତି । ଏହି ପରିପ୍ରେକ୍ଷୀରେ ଆୟକର ବିଭାଗ ପକ୍ଷରୁ ପାଟନା, କଟିହାର, ପୂର୍ଣ୍ଣିଆ, ଭାଗଲପୁର ଏବଂ ମୁଜାଫରପୁର ସହରରେ ଥିବା କରିମଙ୍କ ଏକାଧିକ ଠିକଣାରେ ଚଢଉ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking