31.1 C
Bhubaneswar
Sunday, June 22, 2025
Homeଓଡିଶାନକଲି ହଳଦୀ ଓ ଲଙ୍କାଗୁଣ୍ଡ କାରଖାନା ଉପରେ ଚଢ଼ଉ

ନକଲି ହଳଦୀ ଓ ଲଙ୍କାଗୁଣ୍ଡ କାରଖାନା ଉପରେ ଚଢ଼ଉ

କଟକ:  କିଛିଦିନ ବ୍ୟବଧାନ ପରେ କଟକରୁ ପୁଣିଠାବ ହୋଇଛି ନକଲି ମସଲା । ବ୍ରାଣ୍ଡ କମ୍ପାନୀ ନାଁ କହି ଲୋକଙ୍କୁ ଦିଆଯାଉଥିଲା ନକଲି ,ଅପମିଶ୍ରିତ ହଳଦୀ ଓ ଲଙ୍କାଗୁଣ୍ଡ । ୪୨ ମୌଜା ଥାନା ଅନ୍ତର୍ଗତ  ଝିଙ୍କିରିଆର ଏକ କାରଖାନାରୁ କ୍ୱିଣ୍ଟାଲ କ୍ୱିଣ୍ଟାଲ ନକଲି ହଳଦୀ ଓ ଲଙ୍କା ଗୁଣ୍ଡକୁ ଜବତ କରିଛି କମିଶନରେଟ ପୁଲିସ । ତେବେ ଏହି ଘଟଣାରେ ପୁଲିସ ଜଣକୁ  ଅଟକ ରଖିଥିବା ବେଳେ ନକଲି ସମଗ୍ରୀର ସାମ୍ପୁଲ ସଂଗ୍ରହ କରିଛନ୍ତି ଗ୍ରାମଞ୍ଚଳ ଖାଦ୍ୟ ସୁରକ୍ଷା ଅଧକାରୀ ।  ହଳଦୀ ଓ ଲଙ୍କା ଗୁଣ୍ଡରେ ମିଶୁଚି ଚାଉଳ ଗୁଣ୍ଡ ।  ଲୋକଙ୍କୁ ବ୍ରାଣ୍ଡ ନାଁ ରେ ଦିଆଯାଉ ଥିଲା ରୋଗ । ତେବେ ଏହା ଉପରେ କମିଶନରେଟ ପୁଲିସ ନଜର ପଡିବା ପରେ ୨୦୦୩ ମସିହାରୁ ଚାଲିଥିବା ଏହି ଏହି ନକଲି ସାମ୍ରାଜ୍ୟରେ ପୁର୍ଣ୍ଣଛେଦ  ପଡିଛି । ୧୯ ବର୍ଷ ଧରି ଏହି ଅଞ୍ଚଳରେ ନକଲି ମସଲା ତିଆରି ହେଉଥିଲା ।

କଟକ ସହର ସହିତ ବାହାରକୁ ମଧ୍ୟ ପଠାଯାଉଥିଲା ଏହି ଅପମିଶ୍ରିତ ମସଲା । ଖାଦ୍ୟ ସୁରକ୍ଷା ଲାଇସେନ୍ସ ବା  ଅନ୍ୟ କୌଣସି ଦସ୍ତାବିଜ ବିନା ଚାଲିଥିଲା ଏହି କାରବାର । ଏହି ଘଟଣାରେ ଜଣେ ଅଟକ ରହିଥିଲା ବେଳେ ତଦନ୍ତ ଜାରି ରହିବ ବୋଲି ଏସିପି ଚନ୍ଦନ ଘଡେଇ ସୂଚନା ଦେଇଛନ୍ତି । କିଛିଦିନ ପୂର୍ବରୁ ମଧ୍ୟ ୪୨ମୌଜା ଅଞ୍ଚଳରୁ ନକଲି ସସ୍ କାରଖାନା ଠାବ କରାଯାଇଥିଲା । ବେଶ୍  କିଛି ଦିନ ଧରି ନକଲି ସସ୍‌, ନକଲି ମସଲା, ନକଲି ଜର୍ଦ୍ଦା,ନକଲି ଘିଅ ନକଲି ସିମେଣ୍ଟ କାରଖାନା ଆଦି କଟକରୁ ଠାବ ହୋଇଥିଲା । ବାରମ୍ବାର ପ୍ରଶାସନ ଚଢାଉ କରୁଥିଲେ ଏହି କାରବାର ଥମୁ ନ ଥିବାରୁ ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking